ମାହାଙ୍ଗାରେ ଅବାଧରେ ଚାଲିଛି ଜୁଆ ଖେଳ, ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜୁରି ଜୁଆଡ଼ିଆଙ୍କ ଆକ୍ରମଣ ଉଦ୍ୟମ ନେଇ ଥାନାରେ ଅଭିଯୋଗ

ଓଡିଶା ତାଜା ନ୍ୟୁଜ୍ (୧୫ ଜୁନ୍ ସୋମବାର) ଭୁବନେଶ୍ୱର :- କଟକ ଜିଲ୍ଲା ର ମାହାଙ୍ଗା ବ୍ଲକ ଅଂଚଳରେ ସଟ ଡାଉନ ଓ ଲକ ଡାଉନ ସମୟରେ ବିଭିନ୍ନ ଗାଁ ଗହଳି ଠାରୁ ନିକାଂଚନ ସ୍ଥାନ ମାନଙ୍କରେ ଜୁଆଡ଼ି ମାନେ ଜୁଆ ଆଡ୍ଡା ଜମାଇ ଗରିବ ଲୋକ ମାନଙ୍କୁ ଅର୍ଥ ଲୋଭ ଦେଖାଇ ସେମାନଙ୍କୁ ସର୍ବସ୍ୱାନ୍ତ କରୁଥିବା ବେଳେ ପୋଲିସ ସେମାନଙ୍କୁ ଧରିବାରେ ବିଫଳ ହେଉଛି, ପହିଲି ରଜ ଓ ସଟ ଡାଉନ ସମୟରେ ମାହାଙ୍ଗା ସିପୁରା ଓ କୁସୁପୁର ଗ୍ରାମରେ ଖୋଲାଖୋଲି ଭାବେ ଲକ୍ଷ ଲକ୍ଷ ଟଙ୍କାର ଜୁଆ ସଟ୍ଟା ଓ ପାଲି ଖେଳ ହେଉଥିବା ବେଳେ ପୋଲିସ ଖବରପାଇ ସନ୍ଧ୍ୟାରେ ସିପୁରା ଗ୍ରାମରେ ଚଢ଼ାଉ କରିଥିଲା, କିନ୍ତୁ ଏତେ ମାତ୍ରାରେ ଜୁଆଡ଼ି ମାନେ ଉପସ୍ଥିତ ଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିଲା,

ଏହି ସମୟରେ ମାହାଙ୍ଗାର କିଛି ଗଣମାଧ୍ୟମ ପ୍ରତିନିଧି ପୋଲିସ ଠାରୁ ଖବର ସଂଗ୍ରହ କରୁଥିବାବେଳେ ପୂର୍ବରୁ ଲୁଚି ରହିଥିବା ଜୁଆଡି ମାନେ ସେମାନଙ୍କ ଉପରକୁ ଢେଲା ପଥର ଫିଙ୍ଗି ଆକ୍ରମଣ ଉଦ୍ୟମ କରି ଗୁଳି କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ମଧ୍ୟ ପୋଲିସ ସେଠାରେ ସେମାନଙ୍କୁ ଗିରଫ କରିନଥିଲା, ଯାହା ଫଳରେ ଚଢ଼ାଉରେ ଯାଇଥିବା ପୋଲିସ ମାନଙ୍କର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି, କଣ ପାଇଁ ସଟ ଡାଉନ ସମୟରେ ଜୁଆଡ଼ି ମାନେ ସେଠାରେ ଖୋଲାଖୋଲି ପୋଲିସ ନିକଟରେ ଚଳପ୍ରଚଳ କରୁଥିଲାବେଳେ ପୋଲିସ ସେମାନଙ୍କୁ ଗିରଫ କଲା ନାଇଁ ତାହା ନେଇ ପୋଲିସ ସ୍ୱଚ୍ଛତା ପ୍ରତି ସାଧାରଣରେ ପ୍ରଶ୍ନ ଉଠିଛି,

ଏଥି ନେଇ ମାହାଙ୍ଗା ଗଣମାଧ୍ୟମ ପ୍ରତିନିଧି ମାନେ ମାହାଙ୍ଗା ଥାନାରେ ଲିଖିତ ଅଭଯୋଗ କରିବା ସହ ପୋଲିସ ଆରକ୍ଷୀ ଅଧିକ୍ଷକ, ପୋଲିସ ଆଇଜି, ଡିଜି ଙ୍କ ଦୃଷ୍ଟି ଆକର୍ଷଣ କରିଚନ୍ତି, ଯଦି ତୁରନ୍ତ ଆକ୍ରମଣ ଉଦ୍ୟମକାରୀ ମାନଙ୍କୁ ପୋଲିସ ଗିରଫ ନକରେ ତେବେ ଆସନ୍ତା ଦିନରେ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ଘେରାଉ କରାଯିବବୋଲି ମାହାଙ୍ଗା ଗାନ ମାଧ୍ୟମ ଅଧିକାରୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି, ତୁରନ୍ତ ବିଭିନ୍ନ ଜୁଆ ଆଡ୍ଡା ପୋଲିସ ଚଢ଼ାଉ ଜୋରଦାର କରିବାକୁ ସାଧାରଣରେ ଦାବୀ ହୋଇଛି, ଏଥି ସହ ଜୁଆଡ଼ି ମାନଙ୍କ ବିରୁଦ୍ଧରେ ଦୃଢ଼ରୁ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ମାହାଙ୍ଗାର ଗଣମାଧ୍ୟମ ସଂଘ ଗୁଡିକ ପକ୍ଷରୁ ଦାବୀ ହୋଇଛି,

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com

Exit mobile version