୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚାନ୍ଦପୁର :- ରଣପୁର ବ୍ଲକ ଚାନ୍ଦପୁର ଥାନା ଅନ୍ତର୍ଗତ କନ୍ଧ ନୟାଗଡ ,ବ୍ରାହ୍ମଣ ସାହି ସ୍ବାମୀ ସ୍ତ୍ରୀ କଳି ରୁ ଆତ୍ମହତ୍ୟା ଘଟିଯାଇଥିବା ଦେଖା ଦେଇଛି । ତେବେ ବନମାଳୀ ଆଚାର୍ଯ୍ୟ ଙ୍କୁ ଦ୍ଵିତୀୟ ବିବାହ କରିଥିବା ସନ୍ତୋଷୀ ମହାପାତ୍ର ଙ୍କ ମଧ୍ୟରେ କୌଣସି କାରଣ ରୁ ଝଗଡା ଲାଗି ରହିଥିଲା ଏଥିପାଇଁ ଥରେ ଦୁଇ ଥର ଭଦ୍ରଲୋକ ଙ୍କୁ ଧରି ଆପସିକ ବୁଝାମଣା ହୋଇଥିଲା । ବୁଝାମଣା କୁ ଅମାନ୍ୟ କରି ସ୍ଵାମୀ ସ୍ତ୍ରୀ ଅଲଗା ରହୁଥିଲେ ।ସନୋଷୀ ବାପ ଘରେ ରହୁଥିଲେ । 
ଗତ ରାତି ରେ କୌଣସି କାରଣ ରଖି ଶାଶୂ ଘରକୁ ଆସି ବିଷ ପିଇ ଆତ୍ମହତ୍ୟା କରିଥିବା ପୋଲିସ ସୂତ୍ର ରୁ ମିଳିଛି । ଚାନ୍ଦପୁର ପୋଲିସ ଘଟଣାଟି ର ଟିକନିକ ତଦନ୍ତ ଆରମ୍ଭ କରିଦେଇଛି । ମୃତକ ଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାର ରେ ଚାନ୍ଦପୁର ଥାନା କେସ ୪୭ /୨୩ – ୪୯୮କ , ୩୦୨, ୩୦୪ଖ ,୩୧୩ , ୩୪ ଧାରା ଅନୁସାରେ ମୃତକ ଙ୍କ ସ୍ୱାମୀ କୁ ଗିରଫ କରିଛି ।

