Home ଓଡ଼ିଶା ନୟାଗଡ ଜିଲ୍ଲା ରଣପୁର : ଦାବି ପୂରଣ ନ ହେଲେ -୧୫ରୁ ସାମୁହିକ ଛୁଟିରେ ଯିବେ ଶିକ୍ଷକ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଆସନ୍ତା ୧୪ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଏନ.ପି.ଏସ. ଶିକ୍ଷକ ସଙ୍ଘ ରାଜ୍ୟ ସଙ୍ଘ ଡାକରାରେ ସାମୁହିକ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛି | ୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ଦାବି ପୂରଣ ନ ହେଲେ ସାମୁହିକ ଛୁଟିରେ ଯିବେ ଏନ.ପି.ଏସ. ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ | ପ୍ରାଥମିକ ବିଦ୍ୟାଳୟରେ ଠିକା ନିଯୁକ୍ତି ଉଚ୍ଛେଦ ସହ ସେମାନଙ୍କୁ ତୁରନ୍ତ ନିୟମିତ କରିବା, ସମସ୍ତ ଏନ.ପି.ଏସ.ଶିକ୍ଷକ ଶିକ୍ଷୟତ୍ରୀଙ୍କ ୬ ବର୍ଷ ଠିକା କାର୍ଯ୍ୟ କାଳକୁ ମୂଳ ଚାକିରୀରେ ଗଣନା କରିବା, ୬ଟି ଇନକ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ପ୍ରଦାନ ଆଦି ଦାବି ଉପସ୍ଥାପନା କରାଯାଇଛି | ଆସନ୍ତା ୧୪ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଏନ.ପି.ଏସ. ଶିକ୍ଷକ ସଙ୍ଘ ରାଜ୍ୟ ସଙ୍ଘ ଡାକରାରେ ସାମୁହିକ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛି | ଏ ନେଇ ଆଜି ରଣପୁର ଏନ.ପି.ଏସ. ଶିକ୍ଷକ ସଙ୍ଘର ସଭାପତି ଅନିଲ କୁମାର ପାଇକରାୟ ଓ ସମ୍ପାଦକ ଜ୍ୟୋତି ରଞ୍ଜନ କରଙ୍କ ନେତୃତ୍ୱରେ ସମସ୍ତ ସଂଘୀୟ କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟତ୍ରୀମାନେ ମୁଖ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗଣ ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରଣପୁର ଶିକ୍ଷା ଅଧିକାରୀ ବନଲତା ବେହେରାଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି | Categories: ଓଡ଼ିଶା, ନୟାଗଡ଼ ନିଉଜ୍, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026 ନିଆଳି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ : ୫୦ ଛେଳି ମୃତ ୧୫ ରୁ ଊର୍ଦ୍ଧ୍ବ ଅର୍ଦ୍ଧଦଗ୍ଧ by Proprietor Abhimanyu Maharana September 7, 2026 ବିଶ୍ଵହିନ୍ଦୁ ପରିଷଦ ଧାକୁଲେଇ ପ୍ରଖଣ୍ଡ ପକ୍ଷରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ପାଳିତ by Proprietor Abhimanyu Maharana September 7, 2026 ନୁଆଁଖାଇ ଭେଟ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 7, 2026 ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ by Proprietor Abhimanyu Maharana September 7, 2026