ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୂଖ୍ୟ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ

୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼  :- ରାଜ୍ୟ ପ୍ରାଥମିକ ଶିକ୍ଷକ (ଏନପିଏସ) ଙ୍କ ଡାକରା ରେ ପାଟଣାଗଡ଼ ବ୍ଳକ ରେ ଥିବା ସମସ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସ୍ଥାନୀୟ ବ୍ଳକ ସଭାପତି ଦେବଦତ୍ତ ମେହେର ଙ୍କ ନେତୃତ୍ବରେ ଏକ ତିନି ଦଫା ସମ୍ବଳିତ ଦାବିପତ୍ର ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାର ଶଙ୍କର ପ୍ରସାଦ ମାଝୀ ଙ୍କୁ ପ୍ରଦାନ କରିଥିଲେ । ଦାବି ଗୁଡ଼ିକ ମଧ୍ୟରୁ ପ୍ରାଥମିକ ଶିକ୍ଷକ ଚୁକ୍ତିଭିତ୍ତିକ ନିଯୁକ୍ତି କୁ ବରିଷ୍ଠତା ପ୍ରଦାନ କରିବା ,କେନ୍ଦ୍ରିୟ ହାରରେ ଦରମା ପ୍ରଦାନ କରିବା, ପୁରୁଣା ପେନସନ ଯୋଜନା କୁ ପୁନଃ ପ୍ରଚଳନ କରିବା ଆଦି ଦାବି ଉଲ୍ଲେଖ ରହିଛି । ଉପରୋକ୍ତ ଦାବି ଗୁଡ଼ିକ ରାଜ୍ୟ ସରକାର ବିଗତ ଦିନରେ ପୁରଣ କରି ନଥିବାରୁ ସଂଘର ଡାକରା କ୍ରମେ ଚଳିତ ମାସ ୧୫ ରେ ଭୁବନେଶ୍ୱର ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଆନ୍ଦୋଳନ କୁ ସମର୍ଥନ ଜଣାଇ ବ୍ଳକ ସ୍ତରରେ ୟୁନିଫର୍ମ ବର୍ଜନ କରିବା ସହ ପ୍ରତିକାତ୍ମକ ଭାବେ ଆନ୍ଦୋଳନ କରିବାକୁ ବ୍ଳକ ଶିକ୍ଷକ ସଂଘ( ୟୁପିଟିଏଫ ) ମାଧ୍ୟମରେ ଏକ ଚେତାବନୀ ବାର୍ତ୍ତା ପ୍ରଦାନ କରିଥିଲେ । ଅପରପକ୍ଷରେ ବ୍ଳକ ର ସମ୍ବନିତ ଶିକ୍ଷକ ସଂଘ ମଧ୍ୟ ଉକ୍ତ ପ୍ରତିକାତ୍ମକ ଆନ୍ଦୋଳନ କୁ ସହଯୋଗ କରିବାକୁ ସହମତି ପ୍ରକାଶ କରିଛନ୍ତି । ଦାବି ପତ୍ର ପ୍ରଦାନ ସମୟରେ ସଂଘର ସମ୍ପାଦକ ଦେବକାନ୍ତ ମେହେର, ବରିଷ୍ଠ ଶିକ୍ଷକ ଗୋବିନ୍ଦ ମେହେର, ଶିକ୍ଷୟିତ୍ରୀ ବିଜୟିନୀ ଝାଙ୍କର , ଏନପିଏସ ଭୁକ୍ତ ଓ କନିଷ୍ଠ ଶିକ୍ଷକ ସଂଘ ସଭାନେତ୍ରୀ ମିଲି ମହାକୁର , ରାଜେଶ ସାହୁ , ଘନଶ୍ୟାମ ମେହେର,ଲାଲଚନ ବର୍ଗର୍ତ୍ତି ପ୍ରମୁଖ ଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।

Exit mobile version