ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବା ପରିସର ରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି

୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :- ନୟାଗଡ ଜିଲ୍ଲାରେ ମହିଳା ମାନଙ୍କ ପୁନର୍ବାସ ଦିଗରେ କାର୍ଯ୍ୟରତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବା ପରିସର ରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି l ସେବା ସ୍ୱାଧର ଗୃହ ପ୍ରକଳ୍ପ ର ତତ୍ବାବଧାରୀକା ବନିତା ମଲ୍ଲିକ ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ବୌଦ୍ଧିକ ଅକ୍ଷମ ଶିଶୁ ମାନଙ୍କ ସ୍ୱତନ୍ତ୍ର ବିଦ୍ୟାଳୟ ର ଅଧ୍ୟକ୍ଷ ବୈକୁଣ୍ଠ ନାଥ ମହାପାତ୍ର ଉଦ୍ଘାଟକ୍ ରୁପେ ଯୋଗଦେଇ ଚଳିତ ବର୍ଷ ମହିଳା ଦିବସ ର ଥିମ୍ “ଲିଙ୍ଗଗତ ସମାନତା କ୍ଷେତ୍ର ରେ ପ୍ରାଦ୍ୟୋଗିକ ନବପ୍ରବର୍ତ୍ତନ ର ଭୂମିକା “ଉପରେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ରୂପେ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ର ଅଧକ୍ଷା ସରସ୍ଵତୀ ମହାପାତ୍ର ଯୋଗଦେଇ ଆନ୍ତର୍ଜାତିକ ମହିଳା ଦିବସ ଦିବସ ର ପାଳନ ଉପରେ ଗୁରୁତ୍ବ ଦେଇଥିଲେ l ଅଧ୍ୟାପିକା ସୁଜାତା କୁମାରୀ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସମାଜରେ ମହିଳା ମାନଙ୍କ ସ୍ଥାନ ଓ ପରିବାର ଗଠନରେ ସେମାନଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ lସେବା ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷୟତ୍ରୀ ସାଗରିକା ସାହୁ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ କର୍ମକ୍ଷେତ୍ର ରେ ମହିଳା ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ l ଶିକ୍ଷକ ସଦାଶିବ ସାହୁ ସ୍ଵାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ l ଶିକ୍ଷକ ଆଶୁତୋଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଵଧର ଗୃହର ସମସ୍ତ ଅନ୍ତେଃବାସୀ ଓ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l

Exit mobile version