ଗୁମ୍ମାବ୍ଲକ ଉଖୁରା ଗ୍ରାମ ପଞ୍ଚାୟତ ରେ ଲାଗି ରହିଥିବା ପାଣି ସମସ୍ୟା କୁ ନେଇ ବୈଠକ ଅନୁଷ୍ଠିତ

୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁମ୍ମା ବ୍ଲକର ଉଖୁରା ଗ୍ରାମପଞ୍ଚାୟତ ରେ ଲାଗି ରହିଥିବା ପାଣି ସମସ୍ୟାକୁ ନେଇ ଉଖୁରା ଗ୍ରାମ ପଞ୍ଚାୟତ ର ସମ୍ମିଳନୀ କକ୍ଷରେ ଉଖୁରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଯିଶି ଗୋମାଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା lଏହି ବୈଠକରେ ପଞ୍ଚାୟତର ସମିତି ସଭ୍ୟା ଇସିନି ରଇତ ସମେତ ୱାର୍ଡ ମେମ୍ବର ମାନେ ଉପସ୍ଥିତ ରହି ପାଣି ସମସ୍ୟାର ସମାଧାନ ପାଇଁ କଣ କଣ ପଦକ୍ଷେପ ନିଆଯିବ ତାକୁ ନେଇ ବିଚାର ବିମର୍ଶ ହୋଇଥିଲା l ଏହାକୁ ନେଇ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତି ନିଆଯାଇଥିଲା l

Exit mobile version