ବିଧାନସଭା ଆରମ୍ଭରୁ ହଟ୍ଟଗୋଳ,ଗୃହ ଅଚଳ : ମୁଖ୍ୟମନ୍ତ୍ରୀଙ୍କ ଇସ୍ତପା ଦାବି କଲେ କଂଗ୍ରେସ ସଦସ୍ୟ

ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ : ଗୃହ କାର୍ଯ୍ୟ ଚାଲିବା ସମ୍ଭବ ନ ହେବାରୁ ମୁଲତବୀ ହୋଇଛି

୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ବିରୋଧୀ ବିଜେପି I କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅଚଳ ହୋଇଛି I ବିଧାନସଭାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପୂର୍ବାହ୍ନ ୧୦.୩୨ରୁ ସାଢ଼େ ୧୧ ପର‌୍ୟ୍ୟନ୍ତ ଗୃହକୁ ମୁଲତବୀ କରିବାକୁ ବାଧ୍ୟ ହୋଇଛନ୍ତି Iସୋମବାର ବିଧାନସଭାର ଦ୍ଵିତୀୟ କାର୍ଯ୍ୟୟ ବଜେଟ ଅଧିବେଶନର ପ୍ରଥମ ଦିନ ଥିଲା I ପ୍ରଶ୍ନୋତ୍ତର କାର୍ଯ୍ୟକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ଗୃହ ମଝିରେ ନାରାବାଜି ସହ ହଟ୍ଟଗୋଳ କରିଥିଲେ I ଏପରିକି ମୁଖ୍ୟମନ୍ତ୍ରୀଙ୍କ ଇସ୍ତପା ଦାବି କରିଛନ୍ତି କଂଗ୍ରେସ ସଦସ୍ୟ I ତେବେ ଏହି ସମୟରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଶିଳ୍ପ ସମ୍ପର୍କିତ ପ୍ରଶ୍ନର କଣ ଉତ୍ତର ରଖୁଥିଲେ ତାହା ସ୍ପଷ୍ଟ ଭାବେ ଶୁଣାଯାଇ ନ ଥିଲା I ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ ଗୃହ କାର୍ଯ୍ୟ ଚାଲିବା ସମ୍ଭବ ନ ହେବାରୁ ମୁଲତବୀ ହୋଇଛି I

Exit mobile version