୦୯ ମାର୍ଚ୍ଚ ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା “ସକାଳ” ଦୈନିକ ଓଡିଆ ଖବର କାଗଜର ଜିଲ୍ଲା ପ୍ରତିନିଧି ରଶ୍ମିରଂଜନ ମିଶ୍ରଙ୍କ ପିତୃ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଗତକାଲି ବୁଧବାର ସାମ୍ବାଦିକ ଶ୍ରୀ ମିଶ୍ରଙ୍କ ପିତା ସୀତାରାମ ମିଶ୍ର ୮୭ବର୍ଷ ବୟସରେ ହୃଦଘାତ ଜନିତ ରୋଗରେ ପୀଡ଼ିତ ଥିଲେ l ଭଣ୍ଡାରି ସାହି ସ୍ଥିତ ନିଜ ବାସଭବନରେ ପ୍ରାଣ ତ୍ୟାଗ କରିଥିଲେ । ସ୍ୱର୍ଗତ ମିଶ୍ର କର୍ମମୟ ଜୀବନରେ ପ୍ରଥମେ ସେନା କର୍ମଚାରୀ ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ । ସେନାରୁ ଅବସର ଗ୍ରହଣ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପାରଳାଖେମୁଣ୍ଡି ଶାଖାରେ ଯୋଗଦେଇ ଜଣେ ଦକ୍ଷ କର୍ମଚାରୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ।
ମିଷ୍ଠଭାଷୀ, ସମାଜସେବା ଆଦି ଯୋଗୁଁ ପାରଳା ସହର ଅଞ୍ଚଳରେ ବେସ ଖ୍ୟାତି ଅର୍ଜନ କରିଥିଲେ ବ୍ୟାଙ୍କରୁ ଅବସର ଗ୍ରହଣ ପରେ ସହରର ବିଭିନ୍ନ ଧର୍ମାନୁଷ୍ଠାନ ତଥା ପୂଜାପାଠକରି ଅତିବାହିତ କରିଆସୁଥିଲେ ତାଙ୍କ ବିୟୋଗ ରେ ଜିଲ୍ଲାର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ରାଜ୍ୟ ବିଜେଡି ସମ୍ପାଦକ ପ୍ରଦୀପ ନାୟକ, ବସନ୍ତ ଦାସ, ହାଇଟେକ ମେଡିକାଲ ଗ୍ରୁପର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, କଂଗ୍ରେସ ନେତା ବସନ୍ତ ପଣ୍ଡା ପ୍ରମୁଖଙ୍କ ସମେତ ବିଭିନ୍ନ ରାଜନୌତିକ ଦଳର ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି ସେହିପରି ସମସ୍ତ ସାମ୍ବାଦିକମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।
ସାମ୍ବାଦିକ ଗରୁଡଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ଦ୍ୱିଜେନ ପାଢୀ, ଦେବାଶିଷ ପାଢୀ, ବିଧାନ ଚୌଧୁରୀ, ରୂପେଶ ସାହୁ, ଆଦର୍ଶ ଦାସ, ବାସୁଦେବ ଦାସ, ଗୋବିନ୍ଦ ଆଚାର୍ଯ୍ୟ, ଗିରିଧାରି ପରିଚ୍ଛା, ଶିଶିର କୁମାର ଗୌଡ, ଦିଲ୍ଲିପ କୁମାର ଶତପଥୀ, ସନ୍ତୋଷ ପଟ୍ଟନାୟକ, ନାଗେଶ୍ୱର ମହାପାତ୍ର, ହରିହର ପଟ୍ଟନାୟକ, ଏମ୍. ଶେଖର, ଏ.ରାମୁ, ବିରକିଶୋର ପଟ୍ଟନାୟକ,ସରୋଜ ବୀର ପ୍ରମୁଖଙ୍କ ସହ ସମସ୍ତ ସାମ୍ବାଦିକମାନେ ଗଭିର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । ଏହା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
