ନୂଆଗଡ ବ୍ଲକ ର ସଦର ମହକୁମା ନୂଆଗଡ ପଞ୍ଚାୟତ ପକ୍ଷରୁ ନୂତନ ଭାବେ ମନୋନୀତ ବିଜେଡି କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

୦୯ ମାର୍ଚ୍ଚ ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ନୂଆଗଡ ବ୍ଲକ ର ସଦର ମହକୁମା ନୂଆଗଡ ପଞ୍ଚାୟତର ପ୍ରାଙ୍ଗଣ ଠାରେ ଗଜପତି ଜିଲ୍ଲାରେ ନୂତନ ଭାବେ ମୋନନୀତ ହୋଇଥିବା ବିଜେଡ଼ି ଦଳର ସଭାପତି ଭାବେ ଶ୍ରୀ ଜଗବନ୍ଧୁ ଦାସଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ବରିଷ୍ଟ ନେତା ତଥା ହାଇଟେକ୍କ ଗ୍ରୁପ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଜିଲ୍ଲା ବିଜେଡ଼ି ଉପସଭାପତି ଜେମସ ରାଇକା ,

ଜିଲ୍ଲା ପରିଷଦ ସଦସ୍ୟ ଏସ.ବାଲରାଜୁ,ନୂଆଗଡ ବ୍ଲକ ସଭାପତି ଜୋନ ମାଝି, ଆର.ଉଦୟଗିରି ବ୍ଲକ ସଭାପତି ଭୀମ ପାଇକ,ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ଏବଂ ନୂଆଗଡ ବ୍ଲକର ସମସ୍ତ କର୍ମି ଉପସ୍ଥିତ ରହି ବିଜେଡି ଦଳର ନୂତନ ଭାବେ ମନୋନୀତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଏହି ସମ୍ବର୍ଦ୍ଧନା ସଭାରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ କର୍ମକର୍ତ୍ତା ଓ କର୍ମୀ ମାନେ ଉପସ୍ଥିତ ଥିଲେ l

Exit mobile version