1. ଆନ୍ତର୍ଜାତିକ ମହିଳା ଦିବସର ବିଷୟବସ୍ତୁ ଡିଜିଟାଲ୍ : ଲିଙ୍ଗଗତ ସମାନତା ପାଇଁ ନବସୃଜନ ଓ ପ୍ରଯୁକ୍ତି ଅନୁସାରେ ପରିଚାଳନା
2. କ୍ୟୁଏମ୍ଏସ୍, ଏଫ୍ଜି-ସିଆର୍ଏମ୍, ଇ-କିଓସ୍କ ଓ ଦରପନ୍(ଏକ ଗ୍ରାହକ ସନ୍ତୁଷ୍ଟି ଟୁଲ୍) ଭଳି ଡିଜିଟାଲ୍ ଟୁଲ୍ର କାର୍ଯ୍ୟକାରିତା ଜରିଆରେ ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ

୦୮ ମାର୍ଚ୍ଚ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶାର ପଶ୍ଚିମରେ କାଲିବାରୀ, ଉତରରେ ବାଲେଶ୍ୱର, କେନ୍ଦ୍ରରେ କଟକ ଓ ପୁରୀ ଏବଂ ଦକ୍ଷିଣରେ ବ୍ରହ୍ମପୁରରେ ଥିବା ଟାଟା ପାୱାର ଓଡ଼ିଶା ଡିସ୍କମ୍ର ଗ୍ରାହକ ସମ୍ପର୍କ କେନ୍ଦ୍ର (ସିଆର୍ସି) ଗୁଡ଼ିକ ଉନ୍ନତ ଡିଜିଟାଲ୍ ଉପକରଣ ଜରିଆରେ କଂପାନିର ସ୍ୱତନ୍ତ୍ର ଭାବେ ମହିଳା କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ଚଳିତ ବର୍ଷର ଆନ୍ତର୍ଜାତିକ ମହିଳା ଦିବସର ବିଷୟବସ୍ତୁ “ଡିଜିଟାଲ୍ : ଲିଙ୍ଗଗତ ସମାନତା ପାଇଁ ନବସୃଜନ ଓ ପ୍ରଯୁକ୍ତି’ ଅନୁସାରେ ହେଉଛି, କାରଣ ଏହି ମହିଳାମାନେ ଗ୍ରାହକମାନଙ୍କ ଅଭିଯୋଗର ପରିଚାଳନା କରିବା ଲାଗି ଅଭିନବ ଡିଜିଟାଲ୍ ଟୁଲ୍ସକୁ ବ୍ୟବହାର କରୁଛନ୍ତି, ଫଳରେ ସମୟାନୁସାରେ ତାହାର ସମାଧାନ ଓ ଉତ୍କୃଷ୍ଟ ଗ୍ରାହକ ସେବା ନିଶ୍ଚିତ ହୋଇପାରୁଛି ।
