୦୮ ମାର୍ଚ୍ଚ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମୋହନା ବ୍ଳକ ଅଡବା ଥାନା ଅଞ୍ଚଳରେ ଜଣେ ଦାଦନ ଶ୍ରମିକଙ୍କୁ ତାମିଲନିଡୁରେ ପିଟିପିଟି ହତ୍ୟା କରାଯିଇଥିବା ଅଭିଯୋଗ ହୋଇଛି । ସମ୍ପକ୍ତ ଶ୍ରମିକଙ୍କୁ ମାଡ ମାରିବା ସମୟର ଦୃଶ୍ୟକୁ ଅଭିଯୁକ୍ତମାନେ ସମ୍ପର୍କୀୟଙ୍କୁ ମୋବାଇଲିରେ ଦେଖାଇଛନ୍ତି । ପରେ ପରେ ଶ୍ରମିକଙ୍କୁ ପଟିପଟି ହତ୍ୟା କରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ମୃତ୍ୟୁ ଶ୍ରମିକଙ୍କ ପରିବାରବର୍ଗ ଏଭଳି ଏକ ବର୍ବରୋଚିତ ଘଟଣାର ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଅଡବା ଥାନାର ବାରିଆ ଗାଁରୁ । 
ଅଭିଯୋଗ ପ୍ରକାରେ ଅଡବା ଥାନାର ବାରିଆ ଗାଁର ଶରତ ପରିଛା ଦାଦନ କରି ପରିବାର ପ୍ରତିପୋଷଣ ପାଇଁ ପ୍ରାୟ ଏକ ବର୍ଷ ହେବ ପ୍ରଥମେ କେରଳ ଯାଇଥିଲେ । ପରେ ସେଠାରୁ ସେ ତାମିଲନାଡୁ ଯାଇଥିଲେ । ତାମିଲନାଡୁର ଫୁତୁବୁଜି ଜିଲ୍ଲା ତଥା କାବିଲପୋତି ଥାନା ଅଞ୍ଚଳରେ ଜଣେ ଠିକାଦାର ଅଧିନରେ ଘର ନିର୍ମାଣ କାମରେ ଶରତ ୮ମାସ ଧରି କୁଲି କାମ ଭାବେ କରି ଆସୁଥିଲେ ଗତକାଲି ସନ୍ଧ୍ୟାରେ ଗାଁରେ ରହୁଥିବା ନିଜ ସମ୍ପର୍କୀୟଙ୍କୁ ଜଣକର ମୋବାଇଲିରୁ ଶରତ ପରିବାରବର୍ଗଙ୍କୁ ଭିଡିଓ କଲ କରିବା ପାଇଁ କହିଥିଲେ । ସମ୍ପର୍କୀୟ ଦେଢଶାଶୁ ମାଥା ପରିଛା ଶରତଙ୍କୁ କଲ କରିବା ବେଳେ ଗୋଟିଏ ଅନ୍ଧାର କୋଠାରୀରେ ତାଙ୍କୁ କିଛି ବ୍ୟକ୍ତି ମାଡ ମାରୁଥିବା ଦୃଶ୍ୟ ଦେଖିବାକୁ ପାଇଥିଲେ । ତାପରେ ଆଉ ସେହି ନମ୍ବରରେ ଫୋନ କରିଲେ ମଧ୍ୟ କେହି କଲ ଗ୍ରହଣ କରିନଥିଲେ । ସୋମବାର କେହି ଜଣେ ବ୍ୟକ୍ତି ଶରତଙ୍କୁ ପିଟି ପିଟି ମାରିବା ବେଳେ ଦୃଶ୍ୟ ଏବଂ ମୃତଦେହ ଏଠାରୁ ନେବ ଯଦି ନିଅ , ନହେଲେ ଫୋପାଡି ଦିଆଯିବ ବୋଲି କହିଥିବା କହିଛନ୍ତି ଦେଢଶାଶୁ । ନିହତ ଶରତଙ୍କ ନିନୋଟି ପୁଅ ଓ ଝିଅ ଅଛନ୍ତି । ସ୍ତ୍ରୀ ମିନତି ଏବେ ବେସାହାରା । ପରିବାର ଲୋକେ ଆଜି ଏନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶରତଙ୍କ ମୃତଦେହକୁ ନିଜ ଗାଁକୁ ଆଣିବା ସହ ଦୋଷାଙ୍କୁ ଦଣ୍ଡ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଘଟଣାର ତଦନ୍ତ ଚାଲିଛି । ଅତିଶୀଘ୍ର ଶରତଙ୍କ ମୃତଦେହ ଅଣାଯିବାର ବ୍ୟବସ୍ଥା କରାଯିବ ସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ।

