୦୮ ମାର୍ଚ୍ଚ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ୍ ଅନ୍ତର୍ଗତଃ ଚାଲକମ୍ବା ଗ୍ରାମପଞ୍ଚାୟତ ନିକଟସ୍ଥ ବଂଶଧାରା କଲୋନୀ ପାଣି ଟାଙ୍କି ଠାରେ ଭାରତ ପ୍ରଗତିଶୀଳ ଆନ୍ତର୍ଜାତୀୟ ମହିଳା ଦିବସ ସାଧାରଣ ବୈଠକ ଅନୁଷ୍ଠିତ । ମାର୍ଚ୍ଚ ମାସ ତାରିଖ-08-2023 ଭାରତ ସମେତ ସମଗ୍ର ବିଶ୍ବରେ 122 ତମ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ । କୌଣସି ବାଚ ବିଚାର ନ କରି ରାଜନୈତିକ,ଅର୍ଥନୈତିକ, ସାଂସ୍କୃତିକ,ସାମାଜିକ କ୍ଷେତ୍ରରେ ମହିଳା ମାନଙ୍କର ସ୍ବୀକୃତି ଦେବା ଏବଂ ମହିଳାମାନଙ୍କର ଅଧିକାର ଏବଂ ଲିଙ୍ଗଗତ ସମାନତାର ଗୁରୁତ୍ବ ବୈଷମ୍ୟ ଦ୍ବର କରିବା ମହିଳା ଦିବସ ପାଳନ କରିବାର ବିଷୟ ନେଇ ଅବଗତ ମୁଖ୍ୟ ଲକ୍ଷ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ ।
ଏହି କର୍ମ କ୍ଷେତ୍ରରେ ଲିଙ୍ଗ ଭିତ୍ତିକ ମଜୁରୀ ପ୍ରଭେଦର ଦ୍ବରୀକରଣ , ଉନ୍ନତ ଚାକିରୀ ସର୍ତ୍ତାବଳୀ, ନିର୍ଦ୍ଦିଷ୍ଟ କାର୍ଯ୍ୟ ନିର୍ଘଣ୍ଟ ତଥ୍ ମହିଳାଙ୍କୁ ଭୋଟ ଦେବାର ଅଧିକାର ଆଦି ଦାବୀଙ୍କୁ ନେଇ 1908 ମସିହାରେ ଆମେରିକାର ନ୍ୟୁୟର୍କ ସହରରେ 15000 ମହିଳାଙ୍କ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା,ଏହାକୁ ତୀବ୍ର ଭାବେ ସମର୍ଥନ କରି 28 ଫେବୃୟାରୀ 1909 ରେ ପ୍ରଥମ ଆମେରିକାର ଜାତୀୟ ସ୍ତରରେ ମହିଳା ଦିବସ ପାଳନ କରା ଯାଇ ଥିଲା ।
