Home ଓଡ଼ିଶା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଜବାବ ଦେଲେ : ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୦୮ ମାର୍ଚ୍ଚ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଜବାବ ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ,ଓଡିଶାର ଆଇନଶୃଙ୍ଖଳାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର, ପୁଲିସ ଡିଜି ଓ ଆଉ କିଛି ପୁଲିସ ଅଧିକାରୀଙ୍କୁ ତାତ୍ସଲ୍ୟ ଭଙ୍ଗୀରେ ଶୁଭେଛା ଜଣାଇବା ସହ, ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇଛି । ତେବେ ଧର୍ମେନ୍ଦ୍ରଙ୍କ ଏହି ପ୍ରତିକ୍ରିୟା ପରେ ଟୁଇଟ୍ କରି ଏହାର ଜବାବ୍ ରଖିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି ପ୍ରଣବ କହିଛନ୍ତି, ଆପଣଙ୍କ ଦଳର ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ୟ୍ୟ ଜଣେ ହତ୍ୟା ଅଭିଯୁକ୍ତ । ସେ ଏବେ ଜାମିନରେ ଅଛନ୍ତି । ନିକଟରେ ରାଜଧାନୀରେ ବିକ୍ଷୋଭ ନାଁରେ ତାଙ୍କ ନେତୃତ୍ୱରେ ପୋଲିସ ଉପରେ ମରଣାନ୍ତକ ଆକ୍ରମଣ ହେଲା । ଏଭଳି ନେତାଙ୍କ ସମର୍ଥନ କରି ଆପଣ ଓଡିଶାର ଯୁବକମାନଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଣବ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣ ଯାହାଙ୍କୁ ବିରୋଧୀ ଦଳର ନେତା କରିଛନ୍ତି, ସେ ଜଣେ ଅଭ୍ୟାସଗତ ଅପରାଧୀ । ଜଘନ୍ୟ ହତ୍ୟା ମାମଲାରେ ସେ ସମ୍ପୃକ୍ତ । ସ୍ୱାସ୍ଥ୍ୟ ଆଳରେ ଜାମିନ୍ ଆସିଲା ପରେ ସେ ଅପରାଧ ଘଟେଇ ଚାଲିଛନ୍ତି । ଓଡିଶା ରାଜନୀତି ପାଇଁ ଏହା ଶୁଭଙ୍କର ନୁହେଁ ବୋଲି ପ୍ରଣବ କହିଛନ୍ତି । ତେବେ ଓଡିଶାବାସୀ ଏ ସବୁ ଦେଖୁଛନ୍ତି । ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେପିକୁ ଲୋକ ପ୍ରତ୍ୟାଖାନ କଲେ । ତେବେ ଏହାପରେ ଦଳର ଛବି ଖରାପ କରିଥିବାରୁ ଏହି ଦୁଇ ନେତାଙ୍କ ବିରୋଧରେ କିଛି କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଆଶା କରିଥିଲେ । ହେଲେ ଆଜି ଓଲଟା ଦେଖିବାକୁ ମିଳିଲା । ଓଡିଶାରେ ପହଞ୍ଚି ଏଭଳି ହିଂସା କଥାକୁ ଉତ୍ସାହିତ କଲା ପରି ଧର୍ମେନ୍ଦ୍ର କହୁଥିବା ପ୍ରଣବ ପ୍ରକାଶ ଦାସ ଟୁଇଟ୍ କରି ଲେଖିଛନ୍ତି । ଶେଷରେ ଧର୍ମେନ୍ଦ୍ରଙ୍କୁ ଆକ୍ଷେପ କରି ପ୍ରଣବ ଲେଖିଛନ୍ତି ଯେ, ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଭଳି ଅପରାଧିକ ତତ୍ୱକୁ ସେ ତାଙ୍କ ନିୟନ୍ତ୍ରଣରେ ରଖନ୍ତୁ । ନଚେତ୍, ଭବିଷ୍ୟତରେ ଏହି ଦୁଇ ନେତା ବିଜେପିକୁ ଆହୁରି ବଦନାମ କରିବେ ବୋଲି ପ୍ରଣବ ଟୁଇଟ୍ କରି ଲେଖିଛନ୍ତି । Categories: ଓଡ଼ିଶା, ମହାନଗର, ରାଜନୀତି, ହୋମ୍ Related Content ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 2, 2026 ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ by Proprietor Abhimanyu Maharana August 2, 2026 ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ by Proprietor Abhimanyu Maharana August 2, 2026 ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ by Proprietor Abhimanyu Maharana August 2, 2026 ଭିଜିଲାନ୍ସ ଜାଲରେ ମାଧବ ରାଜସ୍ଵ ନିରୀକ୍ଷକ by Proprietor Abhimanyu Maharana August 2, 2026 ଫୁଲବାଣୀର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ( ଆଇ ଟି ଆଇ ) ପରିସର ମଧ୍ୟରେ : ବରିଷ୍ଟ ନାଗରିକ ସଂଘ ଚଳିତ ବର୍ଷ ର ବୃକ୍ଷ ରୋପଣ ଉତ୍ସବ by Proprietor Abhimanyu Maharana August 2, 2026