ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର,ମାନସିକ ଅନଗ୍ରସର ଓ ମସ୍ତିଷ୍କ ସୂତନ୍ତ୍ର ବିଦ୍ୟାଳୟ ରେ ତିବତୀୟାନ ଧର୍ମଗୁରୁ ଦାଲାଇନାମାଙ୍କ ଦୀର୍ଘ ଜୀବନ କାମନା ଉତ୍ସବ ପାଳନ

୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ମଙ୍ଗଳବାର ଦିନ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ,ବଧିର , ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ବିଦ୍ୟାଳୟ ପରିସର ମଧ୍ୟରେ ବିଦ୍ୟାଳୟ ତରଫରୁ ତିବତୀୟାନ ଧର୍ମଗୁରୁ ଦଲାଇଲାମାଙ୍କ ଦୀର୍ଘ ଜୀବନ କାମନା ପୂର୍ବକ ଏକ ସୂତ୍ରନ୍ତ୍ର ଉତ୍ସବକୁ ମାନ୍ୟବର ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଉଦଘାଟନ କରିଥିଲେ।ଏହି ଅବସରରେ ମହେନ୍ଦ୍ରଗଡ OSHI SHENPHEN TSOKCHUNG PHUNTSOKLING TIBETAN SETTLEMENT ତରଫରୁ ବିଦ୍ୟାଳୟର ଭିନ୍ନକ୍ଷମ ଅନ୍ତେବାସୀଙ୍କ  ନିମନ୍ତେ ଏକ water filter, ୧୦୦ ଗୋଟି ଖାଇବା ଷ୍ଟିଲ ଟ୍ରେ, ୧୦୦ ଗୋଟି ପାଣି ପିଇବା ଗ୍ଲାସ୍ , ୧୦ ଗୋଟି ଷ୍ଟିଲ ରେକ,ପିଲାଙ୍କ ସକାଶେ ମିଠେଇ ଓ ଫଳ,ଏଵଂ ରୋଷେଇ ନିମନ୍ତେ ଚାଉଳ,ଡାଲି ଓ ଅନ୍ୟାନ୍ୟ ଗ୍ରୋସରି ସାମାନ ପ୍ରଦାନ କରିଥିଲେ ।ଏତଦ ବ୍ୟତିତ ବବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ କ୍ଷୀର ପିଇବା ପାଇଁ ଏକ ଯର୍ସି ଗାଈ ମଧ୍ୟ ପ୍ରଦାନ କରିଥିଲେ ଏବଂ ଆଜିକାର ମଧ୍ୟାହ୍ନ ଭୋଜନ ରୋଷେଇ କରି ମଧ୍ୟ ପିଲାଙ୍କୁ ଖାଇବାକୁ ପ୍ରଦାନ କରିଥିଲେ। ଉକ୍ତ ସଂସ୍ଥାକୁ ମାନ୍ୟବର ଜିଲ୍ଲାପାଳ ଖୁବ୍ ପ୍ରଶଂସା କରିଥିଲେ । ଜିଲ୍ଲାପାଳ ବିଦ୍ୟାଳୟ ପରିବେଶ ଦେଖି ଖୁବ୍ ଆନନ୍ଦ ଓ ଖୁସି ବ୍ୟକ୍ତ କରିଥିଲେ ।ବିଦ୍ୟାଳୟ ରେ ଯାହା ଅଭାବ ଅସୁବିଧା ଅଛି ତାଙ୍କ ନଜରକୁ ଆଣିବା ପାଇଁ କହିଥିଲେ ଏବଂ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରତିଶୃତି ଦେଇଥିଲେ। ଜିଲ୍ଲାପାଳ ମହୋଦୟ ବଧିର ପିଲାଙ୍କ ସହ ସାଙ୍କେତିକ ଭାଷା ମାଧ୍ୟମରେ କଥାବାର୍ତ୍ତା କରି ଆନନ୍ଦ ଅନୁଭବ କରିଥିଲେ।ବିଦ୍ୟାଳୟର ସମସ୍ତ ଭିନ୍ନକ୍ଷମ ପିଲାଙ୍କ ଗହଣରେ କେକ୍ କାଟିଥିଲେ ଓ ପବିତ୍ର ଦୋଳପୂର୍ଣ୍ଣମୀ ଅବସରରେ ହସଉଲ୍ଲାସର ସହ ଅଭିର ଖେଳିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସହଯୋଗ କରିଥିଲେ। ଉକ୍ତ ଉତ୍ସଵ ରେ ଜିଲ୍ଲାପାଳଙ୍କ ବତିତ୍ୟ ଗଜପତି ଜିଲ୍ଲା ବିଜୁଜନତା ଦଳ ସଭାପତି ଶ୍ରୀ ଜଗବନ୍ଧୁ ଦାସ ମଧ୍ୟ ଉପସ୍ଥିତ ଥିଲେ।ସେ ମଧ୍ୟ ବିଦ୍ୟାଳୟର ପରିବେଶ କୁ ଦେଖି ବହୁତ ଖୁସି ହୋଇଥିଲେ ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ସମ୍ପାଦକଙ୍କୁ ପ୍ରଶଂସା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମକୁ ଶିକ୍ଷାବିତ ଶ୍ରୀ ମଧୁସୂଦନ ପାଢ଼ୀ ପରିଚାଳନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୋହନା ସରପଞ୍ଚ ସୁନିତା ମଳିକ,ଆଦିବାସୀ ଉନ୍ନୟନ ପରିଷଦ ସଭ୍ୟ ଶ୍ରୀ ରାଜୀବ ମଳିକ,ତିଵତିୟାନ୍ ସଂଘର ସଭାପତି ମିଷ୍ଟେର୍ ଖେମୋ,ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରଶାନ୍ତ ବୀର,ମୋହନା ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ,ସମସ୍ତ ରାଜନେତା ଓ ସମସ୍ତ ସାମ୍ବାଦିକ ପ୍ରତିନିଧି ଯୋଗ ଦେଇଥିଲେ।ପରିଶେଷରେ ବ୍ୟଙ୍ଗ କବି ଶ୍ରୀ ମଧୁସୂଦନ ନାୟକ ମଞ୍ଚାସିନ ସମସ୍ତ ଅତିଥିଙ୍କୁ ତାଙ୍କର କବିତା ମାଧ୍ୟମରେ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପନ କରିଥିଲେ।

Exit mobile version