୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ଚକରକେନ୍ ସ୍ଥିତ ଶାନ୍ତି ତପୋବନ ଆଶ୍ରମ ଠାରେ ଆନ୍ତର୍ଜାତୀୟ ନେଚୋରୋପାଥି ସଂସ୍ଥା ଆନୁକୁଲ୍ୟରେ
ଡାଃ ଶ୍ରୀନିବାସ ଦେବତା ଓ ତାପସ କୁମାର ପ୍ରଧାନ (ଯୋଗଚାର୍ଯ୍ୟ) ଙ୍କ ତତ୍ତ୍ଵାବଧାନରେ ଯୋଗ ଓ ପ୍ରାକୃତିକ ଚିକିତ୍ସା ଆୟୋଜିତ ହୋଇଥିଲା। ସେହିପରି ରୋଗ ବିଷୟ ଉପରେ ଆରୋଗ୍ୟ ପରାମର୍ଶ ପ୍ରଦାନ କରାଯାଇଥିଲା।
ସଂଯୁକ୍ତ ଯୁବ ସଂଗଠନ,ବରଗଡ଼ ସଭାପତି ସୁରେନ୍ଦ୍ର ମେହେର, ସମ୍ପାଦକ ଦେବଦତ୍ତ ତ୍ରିପାଠୀ ଉକ୍ତ ଶିବିର ସୂଚାରୁ ରୂପେ ପରିଚାଳନା କରିଥିଲେ। ଡାଃ ଶ୍ରୀନିବାସ ଦେବତା,ଯୋଗ ଓ ପ୍ରାକୃତିକ ଚିକିତ୍ସା ର ମହତ୍ତ୍ବ, ବର୍ତ୍ତମାନ ସମୟରେ ଯୋଗ ଓ ପ୍ରାକୃତିକ ଚିକିତ୍ସା ର ଉପଯୋଗୀତା ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ। ଯୋଗଚାର୍ଯ୍ୟ ତାପସ କୁମାର ପ୍ରଧାନ, ଯୋଗାସନ ଓ ପ୍ରାଣାୟାମ ବିଷୟରେ ଆଲୋଚନା କରିବା ସହ ଅଭ୍ୟାସ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମତୃଛୟl ଓ ବାନପ୍ରସ୍ଥ ଅନୁଷ୍ଠାନର ସମସ୍ତ ଅନ୍ତେବାସୀ ଅଂଶ ଗ୍ରହଣ କରିଥିଲେ। ଶେଷରେ ଲବଙ୍ଗ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l

