ହଲଦିପାଲି ପଡ଼ିଆରେ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀରେ ବିଜୁ ଏକ୍ସପ୍ରେସୱେ ଲୋକାର୍ପିତ

୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ହଲଦୀ ପାଲି ପଡ଼ିଆ ଠାରେ ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବହୁ ପ୍ରକଳ୍ପ ଉଦଘାଟନ ତଥା ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହାପରେ ୧୮ କିମିର ଭବ୍ଯ ରୋଡ ସୋ କରି ଛୁରିଆ ପାଲି ଯାଯାବର , କୁଞ୍ଜଲ ସି° ପାର୍କ ଉଦଘାଟନ କରି ଘେଁସ ହାଇସ୍କୁଲ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ମୁଁ କଥା ନୁହେଁ, କାମରେ ବିଶ୍ବାସ କରେ ନିଜ କଥାକୁ ଦୋହରାଇ ଥିଲେ ।ଓଡ଼ିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଉତ୍ସର୍ଗୀକୃତ କରି ଏହା କେବଳ ଏକ ରାସ୍ତା ନୁହେଁ, ଏହା ହେଉଛି ଏହି ଅଞ୍ଚଳ ପାଇଁ ଜୀବନରେଖା, ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାର ଲୋକେ ଉପକୃତ ହେବେ ବୋଲି କହିଥିଲେ । ବିଜୁବାବୁଙ୍କ ଜନ୍ମଦିନରେ ବିଜୁ ଏକ୍ସପ୍ରେସ ୱେ କୁ ଜନତାଙ୍କ ପାଇଁ ଉତ୍ସର୍ଗ କରି ନିଜେ ବହୁତ ଖୁସି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସେ ୨୩୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ବରଗଡ଼ ଜିଲ୍ଲାର ସଫଳତାର କାହାଣୀ ’ଧୂସର’ର ଲୋକାର୍ପଣ କରିବା ସହ ମହିଳା ଏସଏଚଜିଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫାଇଭ ଟି ସଚିବ ଭି କେ ପାଣ୍ଡିଆ, ବିଜେପୁର ବିଧାୟିକା ତଥା ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ , ଭଟଲୀ ବିଧାୟକ ସୁଶାନ୍ତ ସିଂ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ବରଗଡ ବିଧାୟକ ଦେବେଶ ଆଚାର୍ଯ୍ଯ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସଭା କାର୍ଯ୍ୟକୁ ଆକାଶ ଦାସ ନାୟକ ସଂଯୋଜନା କରିଥିବା ବେଳେ,ଶେଷରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଧନ୍ୟବାଦ ଅର୍ପଣ କରିଥିଲେ । ଏ ପରିପ୍ରେକ୍ଷୀରେ ହଜାର ହଜାର ସଂଖ୍ୟାରେ ବିଜେଡି ନେତା, କର୍ମୀ,ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ଜନସାଧାରଣ ଉପସ୍ଥିତ ଥିଲେ ।

Exit mobile version