Home ଓଡ଼ିଶା ଗଜପତି ଜିଲ୍ଲାପାଳ ମୋହନା ଦିବ୍ୟାଙ୍ଗ ବିଦ୍ୟାଳୟରେ ହୋଲି ଖେଳିଥିଲେ : ଥଣ୍ଡା ପାନୀୟ ବ୍ୟବହାର ନିମନ୍ତେ କୁଳର,ଫିଲଟର ପ୍ରଦାନ କରିଥିଲେ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଜିଲ୍ଲାପାଳ ଭିନ୍ନକ୍ଷମ ପିଲାଙ୍କ ସହ ରଙ୍ଗ ବୋଲି ହୋଲି ଉତ୍ସଵ ପାଳନ କରି ପିଲାଙ୍କୁ ହସାଇଥିଲେ । ୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଠାରେ ଆଦିବାସୀ ଅଧ୍ୟୁଷିତ ମୋହନା ଥିବା ଏମଜେସିଜି ଥିବା ଜିଲ୍ଲାର ଏକ ମାତ୍ର ସ୍ୱତନ୍ତ୍ର ଅନ୍ଧ ମୁକ ବଧିର, ମାନସିକ, ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ବତନ୍ତ୍ର ବିଦ୍ୟାଳୟରେ ଚନ୍ଦ୍ରଗିରି ଠାରେ ଥିବା ତିବତୀଅନ ସଂଗଠନ ଦ୍ୱାରା ପିଲାଙ୍କ ବ୍ୟବହାର ନିମନ୍ତେ ଷ୍ଟିଲ ଥାଳି, ଗ୍ଲାସ, ଷ୍ଟିଲ ଥାକ, ଚାଉଳ, ଆଳୁସହ ଥଣ୍ଡା ପାନୀୟ ବ୍ୟବହାର ନିମନ୍ତେ ଏକ କୁଳର ଫିଲଟର ପ୍ରଦାନ କରିଥିଲେ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେବା ସହ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ସଂମ୍ମାନୀତ ଅତିଥି, ତବତୀଆନ ଗୁରୁଜୀ ଖେମ୍ପୋ ପେମା ଥେନପାଲ ଅନ୍ୟତମ ଅତିଥି ସହ ସ୍ତାନୀୟ ସରପଞ୍ଚ ସୁନିତା ମଳିକ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲାପାଳ ଭିନ୍ନକ୍ଷମ ପିଲାଙ୍କ ସହ ରଙ୍ଗ ବୋଲି ହୋଲି ଉତ୍ସଵ ପାଳନ କରି ପିଲାଙ୍କୁ ହସାଇଥିଲେ ।ଏହି ବୈଠକରେ ସ୍ତାନୀୟ ଲୋକ ଜିଲ୍ଲାପାଳଙ୍କୁ ମୋହନା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ମୋ-ଡାକ୍ତରଖାନା କରିବା ନିମନ୍ତେ ଏକ ଦାବିପତ୍ର ଦେଇ ଅନୁରୋଧ କରିଥିଲେ । ଜିଲ୍ଲାପାଳ ପୂର୍ବରୁ ଏହି ବିଦ୍ୟାଳୟ ସମ୍ପର୍କରେ ବିଭିନ୍ନ ଖବର ଜାଣି ଆଜି ସମସ୍ତ ଲୋକଙ୍କ ଉପସ୍ଥିତିରେ ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିରେ ସ୍ତାନୀୟ ବୁଦ୍ଧିଯିବି, ପ୍ରଶାସକ, ରାଜନେତା ଙ୍କୁ ସାମିଲ କରିବା ପାଇଁ ଉପଦେଶ ଦେବା ସହ ବିଦ୍ୟାଳୟ ସୁ-ପରିଚାଳନା ହେବା ସହ ବିଦ୍ୟାଳୟର ଉନ୍ନତି ହେବ ବୋଲି ପ୍ରକାଶ କରିଥିଲେ।ଏହା ସହ ଓକିଲ ସଙ୍ଘ ସଭାପତି ରବୀନ୍ଦ୍ର ନାୟକ ବିଦ୍ୟାଳୟର ଉନ୍ନତି କାମନା କରିଥିଲେ।ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ନିଜ ବକ୍ତବ୍ୟରେ ଭିନ୍ନକ୍ଷମ ପିଲାଙ୍କ ସେବା କଲେ ମଙ୍ଗଳ ହେବ ବୋଲି କହିଛନ୍ତି । ତତ ସଙ୍ଗେ ସଙ୍ଗେ ଗୁରୁଜୀ ପେମା ତିବତୁରୁ ତାଙ୍କ ପୂର୍ବ ପୁରୁଷ ଆସିଥିଲେ ମଧ୍ୟ ସେମାନେ ଏହି ଓଡ଼ିଶାରେ ଜନ୍ମ ଗ୍ରହଣ କରିଛନ୍ତି । ଆମେ ସବୁ ଓଡ଼ିଆ, ଆମ ଧର୍ମଗୁରୁ ଦଳାଇଲାମା ମିଳିମିଶି ଚଳିବାକୁ କହିଛନ୍ତି ତେଣୁ ଆମେ ଭାଇ ଭାଇ ଭଳି ଚାଲିବା ବୋଳି କହିଛନ୍ତି ।ଜିଲାପାଳଙ୍କ ଚେଷ୍ଟାରେ ଆମେ ଓଡ଼ିଶା ସରକାର ଙ୍କ ଠାରୁ ଖାଉଟି କାର୍ଡ ସହ ସ୍ୱାସ୍ତ୍ୟ କାର୍ଡ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କ ସମେତ ଜିଲାପାଳ ଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଉତ୍ସବରେ ବିଦ୍ୟାଳୟ ସମ୍ପାଦକ ଦଣ୍ଡାସି ସାହୁଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀଙ୍କ ସମେତ ବହୁ ସ୍ତାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ।ଜିଲାପାଳ ନିଜ ବକ୍ତବ୍ୟରେ ବିଦ୍ୟାଳୟ ର ଉନ୍ନତି ପାଇଁ ଦୃଷ୍ଟିଦେବେ ବୋଲି ପ୍ରକାଶ କରିଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026