୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଉଦୟଗିରି :- ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ସଭାଗୃହରେ ଆର,ଉଦୟଗିରି, ବସ୍ତ୍ରିଗୁଡା ଓ ଶବରପଲ୍ଲୀ ପଞ୍ଚାୟତର ମେଟ୍ମାନଙ୍କୁ ନେଇ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସମ୍ପକିତ ତାଲିମ କାର୍ଯ୍ୟକ୍ରମ ହୋଇଥିଲା । ମନରେଗା ଯୋଜନାରେ କାମ କେଉଁମାନେ କରିପାରିବେ, ଶ୍ରମିକଙ୍କ ସୁରକ୍ଷା ପାଇଁ କିଭଳି ବନ୍ଦୋବସ୍ତ କରାଯାଇଛି, କାମ କିଭଳି ଦାବି କରାଯାଇଥିଲା, 
କାମ କରି ଶ୍ରମିକମାନେ ନିଜର ଆଥିକ ଅଭିବୃଦ୍ଧି କିଭଳି କରିପାରିବେ, ଜାତୀୟ ମୋବାଇଲ ମନିଟରିଂ ସିଷ୍ଟମ ଜରିଆରେ କିଭଳି ଡାଟା ଅପଲୋଡ ହେବ ସେନେଇ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅକ୍ଷୟ କୁମାର ବିଶୋଇରତ୍ନ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଏଥିରେ ମେଟ୍ମାନଙ୍କ ଭୂମିକା ନେଇ ସ୍ପଷ୍ଟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମେଟ୍ମାନଙ୍କ ସମେତ ଗ୍ରାମ ରୋଜଗାର ସେବକ ମାନେ ଯୋଗ ଦେଇଥିଲେ ।

