Home ଓଡ଼ିଶା ବିଜୁ ବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀକୁ ସେବାଦିବସ ପାଲନ କଲା ବିଜେଡି ଓ ବ୍ଳକ୍ ପ୍ରଶାସନ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଆଗାମୀ ଦିନରେ ବିଧାୟକ ନୁହେଁ ସରୋଜ କୁମାର ମେହେର ଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଚାହୁଁ : ବିଜେଡି କର୍ମୀ ୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ କୁ ବିଜୁଜନତା ଓ ବ୍ଳକ୍ ପ୍ରଶାସନ ଲୋକଶେବା ଦିବସ ଭାବରେ ପାଳନ କରିଛି । ବିଜେଡି ପକ୍ଷରୁ ସକାଲ ୬ ଟାରେ ପ୍ରଭାତ ଫେରି ଏବଂ ୯ ଟାରେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନା ସମେତ ଏସଟିଏସି ହଷ୍ଟେଲ ଗୁଡିକରେ ଫଲ ବଣ୍ଟନ କରାଯାଇଥିଲା । ପରେ ୧୧ ଟାରେ ରାମପୁର ଠାରୁ ବିଜେଡି କର୍ମକର୍ତ୍ତା ମାନେ ଏକ ସାଇକେଲ ଶୋଭାଯାତ୍ରାରେ ପାଟି କାର୍ଯ୍ୟାଳୟ କୁ ଆସିଥିଲେ । ସେଠାରେ ବିଧାୟକ ସରୋଜ ମେହେର ଙ୍କ ତତ୍ବାବଧାନରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ଶଭାରେ ବିଧାୟକ ଶ୍ରୀ ମେହେର ବିଜୁବାବୁଙ୍କ ଜୀବନି ଉପରେ ଏକ ସଂକ୍ଷିପ୍ତ ବକ୍ତବ୍ୟ ଦେବାସହ ବିଜେଡି ସରକାରଙ୍କ ଜନହିତକର ଯୋଜନା ରାଜ୍ୟ ସରକାରଙ୍କ ନୂତନ ବଜେଟ ଉପରେ ଉପସ୍ଥିତ କର୍ମୀ ମାନଙ୍କୁ ଅବଗତ କରାଇଥିଲେ । ବିଜୁବାଵୁଙ୍କ ସମୟରୁ ଜନତା ଦଲରେ ଥାଇ ଏବେପୁଣି ବିଜେଡି ସହ ମିଶି କାର୍ଯ୍ୟକରୁଥିବା ୨୭ ଜଣ ପୁରୁଖା କର୍ମୀ କୁ ବିଧାୟକ ଶ୍ରି ମେହେର ଉପଢୋକନ ଦେଇ ସମ୍ନାନିତ କରିଥିଲେ । ଏଥିରେ ତିନୋଟି ବ୍ଳକ୍ ରେଥିବା ଜିଲ୍ଲା ପରିଷଦ ବ୍ଳକ୍ ଅଧ୍ୟକ୍ଷ ଉପାଧ୍ୟକ୍ଷ ସରପଞ୍ଚ ସମିତି ସଭ୍ୟ ତଥା ବିଭିନ୍ନ ପଦପଦବିରେ ଥିବା ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।ଆଗାମୀ ଦିନରେ ବିଧାୟକ ନୁହେଁ କ୍ୟାବିନେଟ ମନ୍ତ୍ରୀ ଭାବେ ଚାହୁଁ ବୋଲି ବିଜେଡି କର୍ମୀ ନେତା ମାନଙ୍କ ମଧ୍ୟରେ ମତପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମକୁ ମିଡିଆ ପ୍ରଭାରୀ ପ୍ରଦୀପ ମେହେର ସୂଚାରୁ ଭାବେ ପରିଚାଳନା କରିଥିବାବେଲେ ପାଟି କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମୀମାନେ ସହଯୋଗ କରିଥିଲେ । ଅନୁରୁପ ଭାବରେ ବ୍ଳକ୍ ପ୍ରଶାସନ ତରଫରୁ ବିଡିଓ ସୁମନ୍ତ କୁମ୍ଭାର ତତ୍ବାବଧାନରେ ଏକ ସଭାର ଆୟୋଜନ କରାଯାଇଥିଲା । ଉପଜିଲ୍ଲାପାଳ ବିଜୟାନନ୍ଦ ସେଠି ଙ୍କ ଉପସ୍ଥିତିରେ ମଧ୍ୟ ଆଜିର ଏହି ଜୟନ୍ତୀ କୁ ସେବାଦିବସ ଭାବ ପାଳନ କରାଯାଇଥିଲା । ବ୍ଳକ୍ ର ତେଣ୍ଡାପଦର,ଶୋଳବନ୍ଦ ଓ କେନ୍ଦୁମୁଣ୍ଡି ପଞ୍ଚାୟତର ସରପଞ୍ଚ ମାନଙ୍କୁ ତାଙ୍କ କାର୍ଯ୍ୟ ଦକ୍ଷତା କୁ ନେଇ ପୁରସ୍କୁତ କରାଯାଇଥିଲା । ଏଥିରେ ବ୍ଳକ୍ ଅଧ୍ୟକ୍ଷ ନିଳକାନ୍ତ ବାଗ, ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝି ,ଜିପିଓ ନୀଳକାନ୍ତ କାଲସାଏ ,ବିଇଓ ଶଙ୍କର ପ୍ରସାଦ ମାଝୀ ଙ୍କ ସମେତ ୩୦ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ମାନେ ଉପସ୍ଥିତ ଥିବା ବେଳେ ବ୍ଳକ୍ ରେ କାର୍ଯ୍ୟ ରତ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content କଲରାପତରିଆ ବାଘ ଛାଲ ବିକ୍ରି ଯୋଜନା ପଣ୍ଡ : ଜଣେ ଗିରଫ - ୨ଟି କଲରାପତରିଆ ଛାଲ ଜବତ by Proprietor Abhimanyu Maharana September 18, 2026 ବିଶ୍ୱକର୍ମା ପୂଜା ପାଳିତ : ଠିକାଦାର, ଶ୍ରମିକ, ଦିନମଜୁରିଆ ଓ ବସ୍ କର୍ମଚାରୀଙ୍କ ଉତ୍ସାହପୂର୍ଣ୍ଣ ସାମିଲ by Proprietor Abhimanyu Maharana September 18, 2026 ଯାତ୍ରୀବାହୀ ବେଲୁନ ବସ୍ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ by Proprietor Abhimanyu Maharana September 18, 2026 ରାସନ ସାମଗ୍ରୀଠାରୁ ପନିପରିବା ଯାଏଁ ମହଙ୍ଗା ମାଡ଼ ଦରବୃଦ୍ଧିରେ ହନ୍ତସନ୍ତ ଖାଉଟି, ବଜାର ଦର ନିୟନ୍ତ୍ରଣ ଦାବି by Proprietor Abhimanyu Maharana September 18, 2026 ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ by Proprietor Abhimanyu Maharana September 18, 2026 ଗାଜଲବାଡ଼ି ଘାଟିରେ ପୁଣି ଦୁର୍ଘଟଣା : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କଣ୍ଟେନର by Proprietor Abhimanyu Maharana September 18, 2026