ଚିଲିକାରେ ପାଳିତ ହେଲା ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ

୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :- ମାର୍ଚ୍ଚ ପାଞ୍ଚ ତାରିଖ ହେଉଛି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ତିଥି । ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଆଜି ଅପରାହ୍ନରେ କ୍ରିଷ୍ଣା କଲ୍ୟାଣ ମଣ୍ଡପ ଠାରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ମହା ଆଡ଼ମ୍ବରରେ ପାଳନ କରାଯାଇଥିଲା । ଉକ୍ତ ଜନ୍ମତିଥି ସଭାରେ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ନିର୍ବାଚନ ମଣ୍ଡଳୀର ବହୁ ବିଜୁ ପ୍ରେମୀ ଯୋଗ ଦେଇଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ସଂଗଠିକା ସ୍ଵାଗତିକା ଜଗଦ୍ଦେବ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧାଜିଲ୍ଲା ଉପ ସଭାପତି ଗୋପୀନାଥ ମହାରଣା ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ପ୍ରଭାସ ସୁନ୍ଦରାୟ , ବାଣପୁର ବ୍ଲକ ଯୁବ ସଭାପତି ରାକେଶ କୁମାର ସେଣ ସମସ୍ତ ସରପଞ୍ଚ ସମିତି ସଭ୍ୟା ଓ ସଭ୍ୟ, ସମସ୍ତ ମହିଳା ମା ମାନେ ଯୁବ ଓ ଛାତ୍ର , ବାଣପୁର ଏ ନେ ସି ଯୁବ ସଙ୍ଘଠକ ଦାଶରଥି ସାହୁ ଆଦି ଯୋଗ ଦେଇଥିଲେ । ମଞ୍ଚରେ ବିଜୁ ଜନତା ଦଳର ସମସ୍ତ ନିର୍ବାଚିତ ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସମସ୍ତ ଅତିଥିଗଣ ବିଜୁ ବାବୁଙ୍କ ମହାନ ଗୁଣ ଓ ସେ କିପରି ଓଡିଶା ବାସୀଙ୍କୁ ଭଲ ପାଉଥିଲେ ତାହା ଉପସ୍ଥିତ ବିଜୁ ପ୍ରେମୀମାନଙ୍କୁ ବ୍ୟାଖ୍ୟା କରିଥିଲେ ।ଅଭିମନ୍ୟୁ ସ୍ୱାଇଁ ଆଜି ବିଜୁବାବୁଙ୍କ ଡାକୋଡା ବିମାନକୁ ସ୍ଥାପନା କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଥିଲେ । ଅନୁରୂପ ଭାବେ ଗୋପୀନାଥ ମହାରଣା ବିଜୟାନନ୍ଦ ପଟ୍ଟନାୟକ ବନାମ ବିଜୁ ପଟ୍ଟନାୟକ ହେଉଛି ଦୁଇଟି ଶବ୍ଦ ଏବଂ ଜଣେ ବ୍ୟକ୍ତି ବିଶେଷର ନାମ ନ ଥିଲା । ଏହା ଥିଲା ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ । ବିଜୁ ପଟ୍ଟନାୟକ ଥିଲେ ଓଡିଶା ବାହାରେ, ଓଡ଼ିଶାର, ଆଉ ଓଡ଼ିଆଙ୍କ ଆଉ ଏକ ପରିଚୟ ବୋଲି ସଭାକୁ ଅଭିହିତ କରିଥିଲେ । ବାଲୁଗାଁ ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version