Home ଓଡ଼ିଶା କମେବିଟ ଜଙ୍ଗଲର ନିଆଁକୁ ଆୟତ୍ତ କଲେ ବନ କର୍ମଚାରୀ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁର ଗ୍ରାମ ପଞ୍ଚାୟତ ସ୍ଥିତ ଯାମପଡା ଗାଁର କମେବିଟ୍ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗି ଯିବାଫଳରେ ଅନେକ ଗଛ ଲତା ଗୁଡ଼ିକ ପୋଡିଯାଇଛି । ଏମିତି ଜଙ୍ଗଲରେ ନିଆଁ ପ୍ରାୟ ୧୦ଏକର ଉର୍ଦ୍ଧ୍ବ ଜାଗାରେ ନିଆଁ ଲାଗି ରହିଥିଲା । ଫରେଷ୍ଟ ପାରା ଗାର୍ଡମାନେ ଦେଖିଥିଲେ ଓ ସମସ୍ତେ ମିଳିମିଶି ଶତଚେଷ୍ଟା ପୂର୍ବକ ନିଆଁକୁ ଆୟତ୍ତ କରିବା ପାଇଁ ନିଆଁ ଲିଭା ମେସିନ ସାହାଯ୍ୟରେ ନିଆଁକୁ ଲିଭାଇବାରେ ସକ୍ଷମ ହୋଇଥିଲେ । ନିଆଁଟି ଦିନ ୧୨.୩୦ ରେ ଲାଗି ଥିବା ଜଣାପଡିଥିଲା । ଯାହାକି କୌଣସି ମହୁଲ ଗୋଟାଳୀ ମାନେ ଗଛତଳର ପତ୍ର ପୋଡ଼ିଦେବାରୁ ଆସ୍ତେ ଆସ୍ତେ ଜଙ୍ଗଲ ଭିତରକୁ ନିଆଁ ଲାଗି ଯାଇଥିବା ଜଣା ଯାଉଛି । ଉକ୍ତ ନିଆଁକୁ ଆୟତ୍ତ କରିବାପାଇଁ ଫରେଷ୍ଟର ଭବାନୀ ଶଙ୍କର ନାୟକ , ପାରା ଗାର୍ଡ ମୁକେଶ ଖାଡ଼ଙ୍ଗା, ମନୋଜ ନନ୍ଦ, ଅଜିତ କରୁଆଁ, ରଞ୍ଜନ ହାତୀ, ପ୍ରିୟବ୍ରତ ପୋଢ, ନେପାଳ ସୁନା, ମକୁନ୍ଦ ସେଠୀ, ମନୋଜ ସା ଓ ଅନ୍ୟ ମାନଙ୍କ ମଧ୍ୟରେ ସହଯୋଗରେ ଥିଲେ ତପନ କୁମାର ସାହୁ,ଚନ୍ଦ୍ର କାନ୍ତ ମାଝୀଙ୍କ ପ୍ରଚେଷ୍ଟା ବଳରେ ସମସ୍ତେ ମିଳିମିଶି ଜଙ୍ଗଲର ନିଆଁକୁ ଆୟତ୍ତ କରିଥିଲେ ଓ କିପରି ଭାବରେ ସୁରକ୍ଷା କରାଯାଇ ଜୀବଜନ୍ତୁ ମାନେ ନିଆଁରୁ ରକ୍ଷା ପାଇବା ପାଇଁ ପ୍ରୟାସ ଜାରିରଖିଥିଲେ । ଲୋକଙ୍କୁ ନିଆଁ ନ ଲଗାଇବା ପାଇଁ ସଚେତନତା କରିଥିଲେ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026