୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ, ଖୋର୍ଦ୍ଧା ରୋଡ ଦ୍ଵାରା ମହିଳା କର୍ମଚାରୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଆୟୋଜନ । ୮ ମାର୍ଚ୍ଚ ୨୦୨୩ ରେ ପାଳନ କରାଯିବାକୁ ଥିବା “ଆନ୍ତର୍ଜାତୀୟ ମହିଳା ଦିବସ” ଉପଲକ୍ଷେ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ ଖୋର୍ଦ୍ଧାରୋଡ ଦ୍ଵାରା ଡିଭିଜନଲ ରେଲୱେ ହସ୍ପିଟାଲରେ ମହିଳା କର୍ମଚାରୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଆୟୋଜନ କରାଯାଇଛି । ଖୋର୍ଦ୍ଧାରୋଡ ମଣ୍ଡଳର ୭୫ ମହିଳା କର୍ମଚାରୀଙ୍କୁ “ପାପ୍ ସ୍ମିଅର ଟେଷ୍ଟ” କରାଯାଇଥିଲା.
ପାପ୍ ସ୍ମିଅର ଟେଷ୍ଟ ମହିଳା ମାନଙ୍କ ଠାରେ “ଗର୍ଭାଶୟ କର୍କଟ”ର ଶୀଘ୍ର ଚିହ୍ନଟ କରିବାରେ ଏବଂ ଶୀଘ୍ର ଚିକିତ୍ସା ପାଇଁ ଅଧିକ ସୁଯୋଗ ଦେଇଥାଏ । ସ୍ୱାସ୍ଥ୍ୟ ଚେକଅପ୍ କାର୍ଯ୍ୟକ୍ରମକୁ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ ଖୋର୍ଦ୍ଧାରୋଡର ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା ଉଦ୍ଘାଟନ କରିଥିଲେ । ଏହି ଅବସରରେ ସମ୍ ଅଲ୍ଟିମେଟ ହସ୍ପିଟାଲର ଦୁଇଜଣ ବିଶିଷ୍ଟ ଡାକ୍ତର ଡକ୍ଟର ପ୍ରିୟା ପ୍ରିୟଦର୍ଶିନୀ ମେଡିକାଲ ଅଙ୍କୋଲୋଜିଷ୍ଟ ଏବଂ ଡକ୍ଟର ଚିରା ରଂଜନ ଖଡଙ୍ଗା,

