
୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ମେଷ : ଆଜି ଅଳ୍ପ ବ୍ୟସ୍ତ ରହିପାରନ୍ତି। ଏହା ପଛରେ ଧନ ଖର୍ଚ୍ଚ ମଧ୍ୟ ହେବ। ସରକାରୀ କାମରେ ସଫଳତା ମିଳିବ। ଦୂରରେ ରହୁଥିବା ପରିଜନମାନଙ୍କ ଶୁଭ ସମାଚାର ମିଳିପାରେ। ପର୍ଯ୍ୟଟନର ସମ୍ଭାବନା ଅଛି। ଅବିବାହିତମାନଙ୍କ ପାଇଁ ବିବାହର ଯୋଗ ଅଛି। ଆଜି ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିବ। ଜୀବନରେ ପ୍ରେମ ଏବଂ ଆନନ୍ଦ ବଢ଼ିବ। ସାମାଜରେ ଆପଣଙ୍କୁ ଯଶ-କୀର୍ତ୍ତି ମିଳିବ। ବ୍ୟାପାରରେ ଲାଭ ହେବ। ପର୍ଯ୍ୟଟନର ଆୟୋଜନ ଆପଣ କରିବେ। ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି।

