Home ଓଡ଼ିଶା ଓଡିଶାର ସେଂଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜ୍ମେଂଟ୍ ସହ ମାରୁତି ସୁଜୁକିର ସହଭାଗିତା by Proprietor Abhimanyu Maharana 3 years ago Pitstop 22 Feb 2023 Share on FacebookShare on TwitterWhatsapp ୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ନିଜର ଦକ୍ଷତା ବିକାଶ ଅଭିଯାନକୁ ସମ୍ପ୍ରସାରିତ କରି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍, ଓଡିଶାର (ଭୁବନେଶ୍ୱର କ୍ୟାମ୍ପସ) ସେଂଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍ମେଂଟ୍ (ସିୟୁଟିଏମ୍) ସହ ଏକ ଏମ୍ଓୟୁ ସ୍ୱାକ୍ଷର କରିଛି । ଏହି ଏମ୍ଓୟୁର ଅଂଶ ଭାବେ ସିୟୁଟିଏମ୍ ଦ୍ୱାରା ଯୁବିପୀଢିଙ୍କ ପାଇଁ ଏକ ୩ ବର୍ଷିଆ ଶିଳ୍ପ-ଆଧାରିତ ପାଠ୍ୟକ୍ରମ-ବିବିଏ ଇନ୍ ରିଟେଲ୍ ମ୍ୟାନେଜମେଂଟ୍ ପ୍ରଦାନ କରାଯିବ । ଏହି ପାଠ୍ୟକ୍ରମକୁ ମିଳିତ ଭାବେ ମାରୁତି ସୁଜୁକି ଓ ସିୟୁଟିଏମ୍ ଦ୍ୱାରା ୟୁଜିସି ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରସ୍ତୁତ କରାଯାଇଛି, ଏହାକୁ ଅଟୋମୋବାଇଲ ଇଣ୍ଡଷ୍ଟ୍ରିର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆରମ୍ଭ କରାଯାଇଛି । ଛାତ୍ରଛାତ୍ରୀମାନେ ଯେପରି ଅଟୋମୋବାଇଲ ରିଟେଲ୍ ବିଷୟବସ୍ତୁକୁ ଭଲ ଭାବରେ ବୁଝିପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଏହି ପାଠ୍ୟକ୍ରମକୁ ଏକ ବର୍ଷର କ୍ଲାସ୍ରୁମ୍ ଟ୍ରେନିଙ୍ଗ୍ ଓ ମାରୁତି ସୁଜୁକି ଡିଲରସିପ୍ରେ ଦୁଇ ବର୍ଷର ‘ଅନ୍-ଦ-ଜବ୍ ଟ୍ରେନିଙ୍ଗ୍’ (ଓଜେଟି)ରେ ବିଭକ୍ତ କରାଯାଇଛି । ଏହି ଦୁଇ ବର୍ଷର ଓଜେଟି ଛାତ୍ରଛାତ୍ରୀମାନଙ୍କୁ ବାସ୍ତବ କାର୍ଯ୍ୟ ସ୍ଥିତିରେ ସେମାନଙ୍କର ଦକ୍ଷତାକୁ ବୁଝିବା ଓ ମଜଭୁତ କରିବା ପାଇଁ ସକ୍ଷମ କରିବ ଯାହା ସେମାନଙ୍କୁ ଚାକିରି ପାଇଁ ପ୍ରସ୍ତୁତ କରିବ । ଏହି ପାଠ୍ୟକ୍ରମ ‘ୟର୍ଣ୍ଣ ହ୍ୱାଇଲ୍ ୟୁ ଲର୍ଣ୍ଣ’ ମଡେଲର ଅନୁସରଣ କରୁଛି, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କର ମାରୁତି ସୁଜୁକି ଡିଲରସିପ୍ରେ ଦୁଇ ବର୍ଷର ‘ଅନ୍-ଦ-ଜବ୍ ଟ୍ରେନିଙ୍ଗ’ ସମୟରେ ଏକ ବୃତି ପାଇବାକୁ ସକ୍ଷମ ହେବେ । ପାଠ୍ୟକ୍ରମ ଶେଷ ହେବା ପରେ ଓ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଆଧାରରେ ମାରୁତି ସୁଜୁକି ସେମାନଙ୍କୁ ରାଜ୍ୟର ମାରୁତି ସୁଜୁକି ଡିଲରସିପ୍ଗୁଡିକରେ ନିଯୁକ୍ତି ପ୍ରଦାନ କରିବ । ଏହି ଏମ୍ଓୟୁ ସ୍ୱାକ୍ଷର ସମୟରେ କମ୍ପାନୀର କାର୍ଯ୍ୟକାରୀ ପରାମର୍ଶଦାତା ମନୋଜ ଅଗ୍ରୱାଲ ମାରୁତି ସୁଜୁକିର ପ୍ରତିନିଧିତ୍ୱ କରିଥିଲେ । ସେହିପରି ଭାଇସ୍ ଚାନ୍ସେଲର ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଓ ଡିନ୍ ଏକାଡେମିକ୍ସ ଡା. ପ୍ରଶାନ୍ତ କୁମାର ମହାନ୍ତି ସେଂଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍ମେଂଟ୍ର ପ୍ରତିନିଧିତ୍ୱ କରିଥିଲେ । ବିବିଏ ଇନ୍ ଅଟୋମୋବାଇଲ ରିଟେଲ୍ ହେଉଛି ମାରୁତି ସୁଜୁକିର ଦକ୍ଷତା ବିକାଶ ଅଭିଯାନର ଏକ ଅଂଶ ଯେଉଁଠାରେ କମ୍ପାନୀ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଡଷ୍ଟ୍ରୀ ଇଂଟିଗ୍ରେଟେଡ୍ ଡିଗ୍ରୀ ପ୍ରୋଗ୍ରାମ ପ୍ରଦାନ କରିବା ପାଇଁ ଦେଶବ୍ୟାପୀ ବିଶ୍ୱବିଦ୍ୟାଳୟଗୁଡିକ ସହ ସହଭାଗିତା କରୁଛି । ମାରୁତି ସୁଜୁକିର ୬ଟି ବିଶ୍ୱବିଦ୍ୟାଳୟ ସହ ସହଭାଗିତା ରହିଛି ଯେଉଁଥିରେ ଶ୍ରୀ ବିଶ୍ୱକର୍ମା ସ୍କୁଲ୍ ୟୁନିଭର୍ସିଟି (ଗୁର୍ଗାଓଁ), ଦିଲ୍ଲୀ ସ୍କିଲ୍ ଆଣ୍ଡ୍ ଏଂଟରପ୍ରେନ୍ୟୋର୍ସିପ୍ ୟୁନିଭର୍ସିଟି (ଦିଲ୍ଲୀ), ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି (ପୁନେ), ଜିଏଲ୍ଏସ୍ ୟୁନିଭର୍ସିଟି (ଅହମ୍ମଦାବାଦ), ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ- ସ୍କୁଲ୍ ଅଫ୍ ଭୋକେଶନ ଏଜୁକେଶନ (ଟିଆଇଏସ୍ଏସ୍-ଏସ୍ଭିଇ) (ମୁମ୍ବାଇ) ଓ ବି.କେ ବିର୍ଲା କଲେଜ (କଲ୍ୟାଣ) ଆଦି ସାମିଲ ରହିଛି । ଭିନ୍ନ ଭିନ୍ନ ସହରରେ ଏହି ସହଭାଗିତାର ଅଂଶ ଭାବେ ମୋଟ ୩୮୦ ଜଣ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯାଉଛି । Categories: ଓଡ଼ିଶା, ବାଣିଜ୍ୟ, ହୋମ୍ Related Content ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ by Proprietor Abhimanyu Maharana August 3, 2026 ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ by Proprietor Abhimanyu Maharana August 3, 2026 ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ by Proprietor Abhimanyu Maharana August 3, 2026 ଜ୍ଞାନ ବିଜ୍ଞାନ ମେଳା by Proprietor Abhimanyu Maharana August 3, 2026 ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ by Proprietor Abhimanyu Maharana August 3, 2026 TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026