କଳାବ୍ୟାଚ ପରିଧାନ କଲେ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକ ମାନଙ୍କ ବିଭିନ୍ନ ଦାବି ଗୁଡ଼ିକ ପ୍ରତି ଅବହେଳା କରୁଥିବା ପ୍ରତିବାଦରେ ଆସନ୍ତା ୧୫ ତାରିଖରୁ ସମୂହ ଛୁଟି ରେ ଯିବା ନେଇ ନୂଆଗାଁ ବ୍ଲକ୍ ନୂତନ ପେନସନ ଭୂକ୍ତ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ସମ୍ପଡା ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ସଂଘର ସଭାପତି ସୁଧୀର କୁମାର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ରେ ସମ୍ପାଦକ ନରେନ୍ଦ୍ର କୁମାର ବେହେରା ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଠିକା ନିଯୁକ୍ତି ଉଚ୍ଛେଦ, ଛଅ ବର୍ଷ ର ଠିକା କାର୍ଯ୍ୟ କାଳ କୁ ୬ ଟି ଜାତୀୟ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା,କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରୁଣା ପେନସନ କୁ ପୁନଃ ପ୍ରଚଳନ କରିବା ଆଦି ଦାବି ଉପରେ ଆଲୋଚନା କରିଥିଲେ।ଏହି ଦାବି ଗୁଡ଼ିକ ଆଗାମୀ ଦିନରେ ପୂରଣ ନହେଲେ ଆସନ୍ତା ୧୫ ତାରିଖରୁ ୨୬୨ ଜଣ ନୂତନ ପେନସନ ଭୁକ୍ତ ଶିକ୍ଷକ ଶିକ୍ଷୟତ୍ରୀ ଦାବି ପୂରଣ ହେବା ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବା ପାଇଁ ନିଷ୍ପତି ନିଆଯାଇଥିଲା।ଏହା ସହିତ ଆଜିଠାରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟରେ କଳା ବ୍ୟାଚ ପରିଧାନ କରି ଶିକ୍ଷାଦାନ କରିଥିବା ଦେଖିବାକୁ ମିଳିଛି।

 

Exit mobile version