୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲାର ମୋହନା ଗ୍ରାମରେ ଥିବା ମୁଖ୍ୟ ବଜାର ଓ ସାହି ମାନରେ ପରିମଲ ବ୍ୟବସ୍ଥ ବିପର୍ଯ୍ୟସ୍ତ ହୋଇପଡିଛି । ମୋହନା ସଦର ମହକୁମା ହୋଇଥି୍ଲେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ନାହିଁ । ଅଳିଆ ଆବର୍ଜନା ଭତ୍ତି ହୋଇ ରହିଛି । ବର୍ଷା ହେଲେ ଡ୍ରେନର ପାଣି ରାସ୍ତାରେ ଭାସୁଛି । ଅଳିଆ ଆବର୍ଜନ ସବୁ ରାସ୍ତା ଉପରକୁ ଚାଲି ଆସୁଛି । ଫଳରେ ପରିବେଶ ଦୂଷିତ ହୋଇ ମଶାମାଛିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ପରିମଳ ବିଭାଗ ଦ୍ବାରା ମଧ୍ୟ ନଳକୂପର ଚାରିପାଖ ସଫା ସୁତରା କରାଯାଉନାହିଁ । ନଳକୂପ ଚାରିପାଖରେ ପାଣି ଜମି ରହୁଥିଲେ ମଧ୍ୟ ବ୍ଲିଚିଂ ସିଞ୍ଚନ ହେଉନାହିଁ ।
ଗାଁ ମାନଙ୍କରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି । ସମତି ଗୁଡିକ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ବଷକୁ ସେମାନେ ପାଉଥିବା ୧୦ ହଜାର ଟଙ୍କା ଅନୁଦାନ କେଉଁ ବାବଦରେ ଖର୍ଚ ହେଉଛି। ତାହାକୁ ନେଇ ସାଧାରଣତରେ ପ୍ରଶ୍ନବାଚୀ ସଷ୍ଟି ହେଉଛି । ଗ୍ରାମରେ ପରିମଲ ବ୍ୟବସ୍ଥା ନ ସୁଧାହେଏ ଆଗାମୀ ଦିନରେ ଗ୍ରାମ ଲୋକେ ଝାଡାବାନ୍ତିରେ ସହ ମେଲେରିଆ ଜର ଆକ୍ରାନ୍ତ ହେବା ସମ୍ଭାବନା ରହିଛି । ମୋହନା ଖ୍ରୀଷ୍ଟାୟନ ସାହି ଡ୍ରେନ୍ ଗୁଡିକ ଦିଘ୍ର ବର୍ଷ ହେଲା ଏହି ସାହିର ଥିବା ଡ୍ରେନ୍ ଗୁଡିକ ସଫା ନ କରାଯିବା ସାହି ଲୋକଙ୍କ ଘରପାଣି ଡ୍ରେନ୍ ଯିବା ବଦଳେ ରାସ୍ତା ଉପରେ ଯାଉଛି । ସାହି ବାସିନ୍ଦାମାନେ ବହୁବାର ସରପଞ୍ଚ ଏବଂ ପିଇଓ ମାନଙ୍କୁ ଜଣାଇବା ସତେ ପଞ୍ଚାୟତ ଅଧିକାରୀ ଡ୍ରେନ ସଫା ନ କରିବା ଦ୍ବାରା ସାହି ଲୋକଙ୍କୁ ଡେଙ୍ଗୁ ହେବାର ବହୁ ସମ୍ବାବନା ଅଛି ।
ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାଲାଗି ସାଧାରଣତରେ ଦାବି ହେଉଛି ।

