ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ପଟ୍ଟନାୟକ ଙ୍କ ୧୦୭ ତମ ଜୟନ୍ତୀ ପାଳନ

୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :– ଗଜପତି ଜିଲ୍ଲା ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ଚାରୋଟି ବ୍ଲକ କୁ ନେଇ ଗଠନ ହୋଇଛି।ଏହି ନିର୍ବାଚନ ମଣ୍ଡଳୀ ମୋହନା ବ୍ଲକର ଚାନ୍ଦିପୁଟ ଗ୍ରାମ ପଞ୍ଚାୟତରେ ରବିବାର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୭ ତମ ଜୟନ୍ତୀ ଓଡ଼ିଶାର ସମସ୍ତ ଅଞ୍ଚଳରେ ପାଳନ ହେଉଥିବା ବେଳେ ମୋହନରେ ମଧ୍ୟ ପାଳନ ଆଡମ୍ବର ସହ ହୋଇଛି।ଏହି ଜନ୍ମ ଜୟନ୍ତୀ ରେ ନୂଆଗଡ଼, ରାୟଗଡ, ଆର. ଉଦୟଗିରି ଏବଂ ମୋହନା ବ୍ଲକ ସମସ୍ତ ବିଜୁପ୍ରେମୀ ଦଳୀୟ କର୍ମୀଙ୍କ ସହ ପଦସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।ବୈଠକର ଆରମ୍ଭରେ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ମୋହନା ବ୍ଲକ ଅଧକ୍ଷ ରଞ୍ଜୀବ ଶବର ସ୍ବର୍ଗତ ବିଜୁ ବାବୁଙ୍କ ଓଡିଶା ଲୋକଙ୍କ ପାଇଁ ବହୁ କାର୍ଯ୍ୟ କରିଯାଇଥିବାରୁ ତାଙ୍କ ଗୁଣ ଗାନ କରିଥିଲେ।ଆଜିର ଏହି ଜନ୍ମ ଜୟନ୍ତୀରେ ମୋହନା ବ୍ଲକ ପର୍ଯ୍ୟବେକ୍ଷକ ଏମ. ଜଗଦୀଶ ରାଓ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବାବେଳେ ଜିଲ୍ଲା ପରିଷଦ ଉପାଧକ୍ଷା କୁନ୍ତଳା ମଳିକ, ବ୍ଲକ ଉପାଧକ୍ଷା ବାଲ୍ମୀନା ଅଧିକାରୀ, ଆର. ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଙ୍କ ସମେତ ଚାରୋଟି ବ୍ଲକ୍ର ସହ ଜିଲ୍ଲା କର୍ମକର୍ତ୍ତା ଉପସ୍ଥିତ ରହି ବିଜୁ ଜୟନ୍ତୀ କୁ ପାଳନ କରିବା ସହ ଉପସ୍ଥିତ ଥିବା ଜନସାଧାରଣଙ୍କୁ ବିଜୁବାବୁ ଙ୍କ ଅବଦାନ ସହ ତାଙ୍କ ସୁପୁତ୍ର ନବୀନ ବାବୁ ଓଡିଶା ଜନସାଧାରଣ ଙ୍କ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରଖିଥିବା ପ୍ରକାଶ କରିଥିଲେ।ଏହି ଉତ୍ସବରେ ହାଡ଼ିଆ କନ୍ଧ, ବିଳାସ ନାୟକ, ଚନ୍ଦ୍ର କୁମାର ମଳିକ, ଯମୁନା ମଳିକ, ଅଭୟ ପରିଛା, ପ୍ରକାଶ ନାୟକ, ବିଳାସ ନାୟକ, ଲିଙ୍ଗରାଜ ପୂଜାରୀ, ରାମ ଦଳବେହେରା, ଜେମ୍ସ ରାଇକା, ମଧୁ ନାୟକ, ଫିରୋଜ ପଟ୍ଟନାୟକ,ଉପ ସଭାପତି ଦଣ୍ଡାସି ସାହୁ, ରମା ପାଇକ, ଝୁମୁରି ବୀର, ସୁନିତା ଦଳବେହେରା, ଅନ୍ତର୍ଯ୍ୟାମୀ ଗମାଙ୍ଗ ଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ଙ୍କ ସମେତ ସହ ସହ କର୍ମୀ ଉପସ୍ଥିତ ଥିଲେ।ଆଗାମୀ ଦିନରେ ବିଜୁ ବାବୁଙ୍କ ସୁପୁତ୍ର ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରି ପୁଣି ଓଡ଼ିଶାର ସେବାକରିବା ନିମନ୍ତେ ପୁଣି ସୁଯୋଗ ମିଳିବ ବୋଲି ପ୍ରକାଶ କରିଥିଲେ।

Exit mobile version