Home ଓଡ଼ିଶା ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୨ କିଲୋମିଟର ଦୂରରେ ବେଆଇନ ଖାଦାନ ଖୋଳି ନେଇଗଲେ ୩ ହଜାର ସିଏମ ପଥର by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ା :- ରାୟଗଡ଼ା ଜିଲ୍ଲାରେ ବଢ଼ି ଚାଲିଛି ବେଆଇନ ଖାଦାନ ଚରାଭୁଇଁ । ବିଶେଷ ଭାବେ ପଥର, ମୋରମ ଓ ବାଲି ଚୋରା ଚାଲାଣ ସାଧାରଣ ଘଟଣା ହୋଇଗଲାଣି । ଜିଲ୍ଲାର ପ୍ରତ୍ୟେକ ତହସିଲ ଅଂଚଳରେ ଏହି କାରବାର ବଢ଼ିବାରେ ଲାଗିଛି । ମାଫିଆମାନେ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କି ଏହି ଚୋରା କାରବାର କରୁଛନ୍ତି । ତେବେ ଏହାର ମୁଖ୍ୟ କାରଣ ହେଉଛି ତହସିଲ କର୍ମଚାରୀଙ୍କ ବ୍ୟକ୍ତିଗତ ସ୍ୱାର୍ଥ ସାଙ୍ଗକୁ ଅବହେଳା। ଏହିଭଳି ଏକ ବେଆଇନ କାର୍ଯ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ସଦର ମହକୁମା ଠାରୁ ମାତ୍ର ୨ କିମି ଦୂରରେ । ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ମାତ୍ର ଅଳ୍ପ ଦୂରରେ ଚାଲିଛି ବେଆଇନ ପଥର ଖାଦାନ । ବିନା ଅନୁମତିରେ ଶ୍ରୀନିବାସ ନାମକ ଜଣେ ଅଣଓଡ଼ିଆ ବ୍ୟକ୍ତି ଏହି ଖାଦାନରୁ ପଥର ଲୁଟି ନେଉଛନ୍ତି । ପ୍ରତିଦିନ ଶତାଧିକ ସିଏମ ପଥର ଖନନ ହୋଇ ଚାଲାଣ ହେଉଛି । ସୂଚନା ଅନୁଯାୟୀ, ରାୟଗଡ଼ା ତହସିଲ ଅନ୍ତର୍ଗତ ଧୁମାଗୁଡ଼ା ମୌଜାର ଖାତା ନମ୍ବର ୨୭ ର ପ୍ଲଟ ନମ୍ବର ୧୭୧ ରେ ଏହି ବେଆଇନ ପଥର ଖନନ ଚାଲିଛି । ସରକାରୀ ରେକର୍ଡ଼ ଅନୁଯାୟୀ ଏହି ପ୍ଲଟ ପ୍ରାୟ ୧୨ ଏକର ପରିମିତ ଏବଂ ପାହାଡ଼ କିସମ ବୋଲି ଉଲ୍ଲେଖ ରହିଛି । ତେବେ ଏହି ବିରାଟ କାୟ ପାହାଡ଼କୁ ୨୦୨୧ ମସିହାରୁ ଉକ୍ତ ମାଫିଆ ବେଆଇନ ଭାବେ ଖନନ କରି ଚାଲିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ଏକର ଅଂଚଳରୁ ପଥର ଖନନ କରାଗଲାଣି । ଏଠାରେ ରହିଥିବା ମୂଲ୍ୟବାନ କଳା ପଥର ପାଇଁ ପ୍ରତି ଦୁଇରୁ ତିନି ଦିନ ବ୍ୟବଧାନରେ ଜିଲୋଟିନ ବ୍ୟବହାର କରି ବେଆଇନ ବ୍ଲାଷ୍ଟିଂ କରାଯାଇ ପଥର ଖନନ କରି ଚାଲାଣ କରାଯାଉଛି । ପଥର ଖନନ କରାଯାଇ ବେଆଇନ ଭାବେ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ସେହି ଅଞ୍ଚଳର ସ୍ୱେଚ୍ଛାସେବୀ ସୂଚନା ଦେଇଛନ୍ତି । ଏହି ପ୍ଲଟରେ ପଥର ଖନନ ପାଇଁ ତହସିଲ ପକ୍ଷରୁ କୌଣସି ଲିଜ ପ୍ରଦାନ କରାଯାଇନାହିଁ କି କୌଣସି ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇନାହିଁ । ଏଭଳିକି ପ୍ରଦୂଷଣ ବିଭାଗ ପକ୍ଷରୁ କୌଣସି ଗ୍ରାମସଭା ମଧ୍ୟ ହୋଇନଥିବା ଜଣାପଡ଼ିଛି । ତେବେ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରୁ ମାତ୍ର ୨ କିମି ଦୂରରେ ଅବସ୍ଥିତ ଏହି ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ କରାଯାଉଥିବା ବେଳେ ଅଧିକାରୀଙ୍କ ନଜର ପଡ଼ୁନଥିବା ଆଶ୍ଚର୍ଯ୍ୟଜନକ । ଫଳରେ ଏହାର ଫାଇଦା ଉଠାଇ ମାଫିଆ ଶ୍ରୀନିବାସ ଅହରହ ପଥର ଖନନ କରିଚାଲିଛନ୍ତି । ବର୍ତମାନ ସୁଦ୍ଧା ୩ ହଜାର ସିଏମ ପଥର ଧୁମାଗୁଡ଼ା ଗାଁ ନିକଟ ପାହାଡ଼ରୁ ଖନନ କରି ଚାଲାଣ ହୋଇଥିବା ଜଣେ ରାଜସ୍ୱ କର୍ମଚାରୀ ସୂଚନା ଦେଇଛନ୍ତି । ହେଲେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାର କେଉଁ ସ୍ୱାର୍ଥରେ ନୀରବ ରହୁଛନ୍ତି ତାହା ତଦନ୍ତ ପରିସରକୁ ଆସିବା ଜରୁରୀ । ଉକ୍ତ ବ୍ଲାଷ୍ଟିଂ ଏବଂ ପଥର ଖନନ ଦ୍ୱାରା ନିକଟସ୍ଥ ଗ୍ରାମ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହେବା ସହିତ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି । ଉକ୍ତ ପାହାଡ଼ ନିକଟରେ ବହୁ ପୁରୁଣା ବୃକ୍ଷଗୁଡ଼ିକ ରହିଥିବା ବେଳେ ଏହି ପଥର ଖନନ ଦ୍ୱାରା ସେଗୁଡ଼ିକ ନଷ୍ଟ ହେବାକୁ ଲାଗିଲାଣି । ଶୁକ୍ରବାର ଉକ୍ତ ସ୍ଥାନକୁ ଯିବା ବେଳେ ସେଠାରେ ମେସିନ ସାହାଯ୍ୟରେ ପଥର ଖନନ ହେଉଥିବା ଦେଖିବାକୁ ମିଳିଥିଲା । ବହୁ ପୁରୁଣା ବଡ଼ ବଡ଼ ବୃକ୍ଷଗୁଡ଼ିକୁ ମେସିନ ସାହାଯ୍ୟରେ କାଟି ଦିଆଯାଇଥିବା ଦେଖିବାକୁ ମିଳିଛି । ତେବେ ମାଫିଆ ଜଣକ ବେଆଇନ ଖନନ କରି କୋଟି କୋଟି ଟଙ୍କାର ମୁନାଫା କମାଉଥିବା ବେଳେ ପ୍ରଶାସନିକ ଅଧିକାରୀ କାହିଁକି କୌଣସି ଆଇନଗତ ପଦକ୍ଷେପ ନେଉନାହାଁନ୍ତି ତାହା ସନ୍ଦେହ ଘେରରେ । ଖଜୁରୀ ଗଛ ମୂଳରୁ ପାହାଚ ପାହାଚ ଭଳି ତହସିଲ କାର୍ଯ୍ୟାଳୟର ଉପରଠୁ ତଳ ସମସ୍ତ ଅଧିକାରୀ ଦୁର୍ନୀତିଗ୍ରସ୍ତ ଏବଂ ବ୍ୟକ୍ତିଗତ ସ୍ୱାର୍ଥ ସାଧନରେ ବ୍ୟସ୍ତ ବୋଲି ସ୍ୱେଚ୍ଛାସେବୀମାନେ ପ୍ରକାଶ କରିଛନ୍ତି । ଏହି ବେଆଇନ ପଥର ଖନନ ଦ୍ୱାରା ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ସାଙ୍ଗକୁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଛି । ତେବେ ଏନେଇ ତହସିଲଦାର ତାପସ ରାଉତଙ୍କୁ ପଚାରିବାରୁ କହିଛନ୍ତି ଯେ, ଆମେ ସୂଚନା ପାଇ ସେହି ସ୍ଥାନ ପରିଦର୍ଶନ କରିଥିଲୁ ବୋଲି କହିଛନ୍ତି । ଏହା ନେଇ ପୋଲିସରେ ଏକ ମାମଲା ରୁଜୁ କରାଯାଇଛି । ତଦନ୍ତ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ରାଉତ ସୂଚନା ଦେଇଛନ୍ତି । ଦେଖିବାର କଥା କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି। Categories: ଓଡ଼ିଶା, ରାୟଗଡା, ହୋମ୍ Related Content ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ by Proprietor Abhimanyu Maharana September 10, 2026 ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ by Proprietor Abhimanyu Maharana September 10, 2026 Vedanta Aluminium Coal Mines showcases next-generation mining technologies at 6th CLI Expo 2026 by Proprietor Abhimanyu Maharana September 10, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ by Proprietor Abhimanyu Maharana September 10, 2026