କରୋନା ପ୍ରଭାବରେ ଫିକା ପଡିଲା ରଜମଉଜ,ନିଜ ଘର ଅଗଣାରେ ଝିଅ ମାନେ ଖେଳିଲେ ଦୋଳି

ଓଡିଶା ତାଜା ନ୍ୟୁଜ୍ (୧୪ ଜୁନ୍ ରବିବାର) କୋରାଇ :- ଆଜି ଓଡିଶାର ଗଣପର୍ବ ରଜ । ସହରାଞ୍ଚଳରେ ଏହି ପର୍ବର ପ୍ରଭାବ ସେତେଟା ନଥିଲା ବେଳେ ଗାଁଗହଳିରେଏହା ବଡପର୍ବ ଭାବେ ବେଶ ଧୁମଧାମରେ ପଳିତ ହୋଇଥାଏ । ପୋଡପିଠା, ଆମ୍ବ ଓ ପଣସ ଆଦିର ସମ୍ଭାର ନେଇ ରଜ ତିନିଦିନ ଧରି ପାଳିତ ହେଉଥିଲା ବେଳେ ବିଦେଶ ଯାଇଥିବା ଲୋକ, ବାହାରେ ପଢୁଥିବା ପିଲାଗାଁ’ କୁ ଫେରନ୍ତି । ଗାଁରେ ରହୁଥିବା ଲୋକ ସମସ୍ତ ଅଭାବ ଅନାଟନକୁ ଭୁଲି ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି ଏହି ପର୍ବକୁ ।

ପରସ୍ପର ରାଗ ହିଂସାକୁ ଭୁଲି ପଶା, ତାଶ, ବାଗୁଡି ଆଦି ଖେଳରେଗାଁର ପୁରୁଷ ମାନେ ମସଗୁଲ ହେଉଥିଲା ବେଳେ ଲୁଡୁଖେଳିବା, ଖିଲିପାନ ଖାଇଝିଅ ବୋହୁମାନେ ନୂଆପୋଷାକ ପିନ୍ଧି, ଅତର, ଅଳତା, ମେହେନ୍ଦି ଲଗାଇ ସାହି ସାହି ବୁଲି ଦୋଳି ଖେଳି ଢଗ ଢମାଳି ଆଦି ଗୀତର ସ୍ୱରରେ ପ୍ରକମ୍ପିତ କରିଦିଅନ୍ତି ଗାଁ ତୋଟା । ହେଲେ ଆଜି ପହିଲି ରଜ ହୋଇଥିଲା ବେଳେ ମହାମାରି କରୋନା ଲାଗି ୫ମ ପର୍ଯ୍ୟୟର ଲକଡାଉନର ଦ୍ୱିତୀୟ ସଟଡାଉନ ୨ୟ ଦିବସ ରବିବାର ହୋଇଥିବାରୁ ଲୋକମନେ ବନ୍ଧୁ ଘର ଯିବା କି, ଗାଁଗହଳୀରେ ଝିଅ ମାନେ ମେଳ ହୋଇ ସାହି ସାହି ବୁଲି ଦୋଳି ଖେଳିବା, ପିଲାମାନେ ଦଳ ହୋଇ ବାଗୁଡି ଖେଳିବା କଟକଣା ଲାଗି ବନ୍ଦ ହୋଇ ଯାଇଛି ।

ଏମିତି ଅମାନିଆ କାଳେ ଏହାର ବ୍ୟତିକ୍ରମ କରିବେ ପୁଲିସ ପ୍ରଶାସନ ମଧ୍ୟ ଗାଁଗାଁରେ ବୁଲି ଅନୁଧ୍ୟାନ ଜାରି ରଖିଛନ୍ତି । ପୁଲିସ ଭୟ ଲାଗି ରହିଥିଲା ବେଳେ ମୌସୁମୀଜନିତ ବର୍ଷା ତୁହାକୁ ତୁହା ହେବା ଯୋଗୁଁ ରଜ ମଉଜ ଫିକା ପଡିଯାଇଛି । କାଁ’ ଭାଁ ଲୋକେ ନିଜ ଘରେ ଓ ଅଗଣାରେ ଦୋଳି ଲଗାଇ ଥିବା ଦେଖାଯାଇଛି । ଯାହା ଫଳରେ ଝିଅ ମାନଙ୍କୁ ବାହାରକୁ ନଯାଇ ସେହି ଦୋଳିରେ ଖେଳୁଥିବା ଦେଖାଯାଉଛି । ( ବ୍ୟାସ ନଗର ରୁରଶ୍ମି ରେଖା ମଲ୍ଲିକଙ୍କ ରିପୋର୍ଟ )

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com

Exit mobile version