Home ଓଡ଼ିଶା ରଣପୁର ରେ ପଞ୍ଚୁଦୋଳକୁ ନେଇ ଉପୁଜୁଛି ଦ୍ଵନ୍ଦ : ରାଜା ଙ୍କୁ ଅଣଦେଖା କରୁଛି ପ୍ରଶାସନ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp କାହିଁକି ରାଗିଲେ ରାଜା ଦିଲ୍ଲୀପ ଚନ୍ଦ୍ର ସିଂ ଦେଓ … ପ୍ରଶାସନ ଅଣଦେଖା କରୁଛନ୍ତି ଖାଲି ସେତିକି ନୁହେଁ, ମା ମଣିନାଗ ଙ୍କ ନା ରେ ଯେଉଁ କମିଟି ଅଛି ସେହି କମିଟି ର କିଛି ସଦସ୍ୟ ରଣପୁର ରାଜା ସାହେବ୍ ଙ୍କୁ ବାଡେଇବା କୁ ଧମକ ଦେବା ସହିତ ମା ମଣୀନାଗ ଙ୍କ ଚଳତି ପ୍ରତିମା କୁ ଜୋର୍ ଜବରଦସ୍ତି ରାଜ ସାହେବ୍ ଙ୍କ ଉଆସ ରୁ ଆଣିବୁହେରି ବୋଲି ମଧ୍ୟ କହିଛନ୍ତି, ଏହି କଥା ରାଜା ସାହେବ୍ ନିଜେ ଓ ତାଙ୍କ ପୁଅ, ଝିଅ ମନେ ରଣପୁର ର କିଛି ଲୋକ ମାନଙ୍କ ଆଗରେ କହିଛନ୍ତି, ରାଜା ଙ୍କୁ ମାନ୍ୟ ନକରି ମିଛ ପ୍ରତିଶୃତି ଦେଇ ଠକୁଥିବା ପ୍ରଶାସନ ଉପରେ ରାଜା ଙ୍କ ର ରୋଷ । ରାଜମହଲ ଭିତରୁ ଯିବେନି ଇଷ୍ଟ ଦେବୀ ମା ମଣିନାଗ । ୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ଦୀର୍ଘ ବର୍ଷ ଧରି ରଣପୁର ର ପରମ୍ପରା ଅନୁଯାୟୀ ପାଳିତ ହୋଇଆସୁଥିବା ପଞ୍ଚୁଦୋଳ ରେ ବିଭିନ୍ନ ଅଞ୍ଚଳରୁ ୧୦୮ ଦୋଳ ଏକାଠି ପୂଜା ପାଇବା ସହ ପଞ୍ଚୁଦୋଳ ପଡିଆ ରେ ନିଜ ନିଜ ସ୍ଥାନ ଗ୍ରହଣ କରି ଯାତ୍ରା କରନ୍ତି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଶାସନ ଧୁମଧାମ ସହକାରେ ପଞ୍ଚୁଦୋଳ ଯାତ୍ରା ଅନୁଷ୍ଠିତ ହେବା ପାଇଁ ଯୋଜନା ରଖିଛନ୍ତି । ହେଲେ ରଣପୁର ରାଜନଅରରେ ପ୍ରତିଷ୍ଠିତ ତଥା ରାଜା ଙ୍କ ର ଇଷ୍ଠ ଦେବୀ ମା ମଣିନାଗ ଙ୍କର ଦୋଳ ପଞ୍ଚୁଦୋଳ ପଡିଆ କୁ ଯିବନି ବୋଲି ରାଜା ଦିଲ୍ଲୀପ ଚନ୍ଦ୍ର ସିଂ ଦେଓ ମନା କରିଦେଇଥିବା ଜଣା ପଡ଼ିଛି । ତେବେ ରାଜା ଙ୍କୁ ପ୍ରଶାସନ ଅଣଦେଖା କରୁଥିବା ବେଳେ ମିଛ ପ୍ରତିଶୃତି ଦେଇ ରଥ ଯାତ୍ରା ବେଳେ ଛେରା ପହଁରା କୁ ଅନୁରୋଧ କରିଥିଲେ ପରେ ପରେ ରାଜା ଙ୍କ ର କୌଣସି ଜମି ଜମା ସମ୍ବନ୍ଧୀୟ ଅଭିଯୋଗ କୁ ଭିତ୍ତିହୀନ ଭାବେ ସାଧାରଣ ଲୋକ ଙ୍କୁ ଦେଇଦେଇଥିବା ଅଭିଯୋଗ ରେ ରାଜା ପ୍ରସାଶନିକ ଅଧିକାରୀ ଙ୍କ ଦ୍ୱାରସ୍ଥ ହୋଇଥିଲେ ହେଲେ ହେଁ ତାଙ୍କୁ ଅଶ୍ଳୀଳ ତଥା ଅମାନ୍ୟ ବ୍ୟବହାର ଦେଖାଇଛନ୍ତି ଯାହାକୁ ନେଇ ରାଜା ରାଜବାଟି ର କୂଳଦେବୀ ମା ମଣିନାଗଙ୍କୁ ପଞ୍ଚୁଦୋଳ ଯାତ୍ରା ରେ ସାମିଲ କରିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଛନ୍ତି । ତେବେ ପ୍ରଥମେ ମା ମଣୀନାଗ ଙ୍କ ଆସ୍ଥାନ ଗ୍ରହଣ ପରେ ସମସ୍ତ ଦୋଳ ଆସ୍ଥାନ କୁ ଯିବେ ବୋଲି ରହିଥିବା ପରମ୍ପରା କିଭଳି ପାଳିତ ହେବ ଏହାକୁ ନେଇ ଦ୍ଵିବିଧା ଦେଖାଦେଇଛି । ପଞ୍ଚୁଦୋଳ କୁ ନେଇ ଆଜି ସନ୍ଧ୍ୟାରେ ରଣପୁର ଜଗନ୍ନାଥ ମନ୍ଦିର ସମ୍ମୁଖରେ ପଞ୍ଚୁଦୋଳ ବୈଠକ ଅନୁଷ୍ଠିତ ହୋଇଯାଇଛି ଆଗାମୀ ତା ୧୨ରିଖ ଦିନ ପଞ୍ଚୁଦୋଳ ପଡ଼ୁଥିବାରୁ ପଞ୍ଚୁଦୋଳକୁ ସରସ ସୁନ୍ଦର କରିବା ପାଇଁ ନିଷ୍ପତି ହୋଇଥିଲା ରଣପୁର ରେ ଦୀର୍ଘ ବର୍ଷ ହେଲା ପଞ୍ଚୁଦୋଳ ହୋଇଆସୁଛି ୧୧୦ ଦୋଳ ଏଠାରେ ଏକତ୍ରିତ ହୋଇଥାଆନ୍ତି । ମା ମଣିନାଗ ଆସ୍ଥାନ କୁ ଗଲା ପରେ ସମସ୍ତ ଦୋଳ ଯାଇଥାନ୍ତି । ଆଜି ସନ୍ଧ୍ୟାର ପ୍ରସ୍ତୁତି ବୈଠକରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଏଥିରେ ତହସିଲଦାର ଏପଶିତ ଇପସିତ ସାହୁ , ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ , ଏନ୍ଏସି ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି , ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ଅପର୍ଣ୍ଣା ଡ଼ାଙ୍ଗୁଆ , ଉପାଧ୍ୟକ୍ଷ ବିଶ୍ବରଂଜନ ପଟ୍ଟନାୟକ ପୂର୍ବତନ, ରାଜା ମହାନ୍ତି , ପ୍ରିୟବ୍ରତ ପ୍ରହରାଜ , ଜଗନ୍ନାଥ ମନ୍ଦିର ମ୍ୟାନେଜର ରମେଶ ପ୍ରଧାନ , ସୁରେଶ ମିଶ୍ର, ରାଜକିଶୋର ପଟ୍ଟନାୟକ , ଶ୍ରୀକାନ୍ତ ସାହୁ ପ୍ରମୁଖ ଯୋଗଦେଇ ମତାମତ ଉପସ୍ଥାପନ କରିଥିଲେ । ରାଜା ଙ୍କ ବିନା ଉପସ୍ଥିତି ଓ ମା ମଣିନାଗ ଙ୍କ ବିନା ପଞ୍ଚୁଦୋଳ କିଭଳି ପାଳନ କରାଯିବ ଏବେ ଏହା ଚିନ୍ତା ର ବିଷୟ ପାଲଟିଛି । ନିଜର ସ୍ୱାର୍ଥ ସରିଗଲା ପରେ ରାଜା ଙ୍କୁ ଅବହେଳା କରୁଥିବା ପ୍ରଶାସନ କଣ ଏ ଦିଗରେ କିଛି ପଦକ୍ଷେପ ନେବ ? ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍ Related Content ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026