ବିଜୁ ଜୟନ୍ତୀ ଅବସରରେ ସାଇକେଲ ଶୋଭାଯାତ୍ରା

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :-  ବିଜେଡ଼ି ପାଳୁଛି ୧୦୭ତମ ବିଜୁ ଜୟନ୍ତୀ । ଏହି ଅବସରରେ ରାଜ୍ୟବ୍ୟାପୀ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବିଜୁ ଯୁବ ଛାତ୍ର ଜନତା ଦଳର ଶତାଧିକ ଯୁବକ ସ୍ଥାନୀୟ ବିଜେଡ଼ି କାର୍ଯ୍ୟାଳୟ ସମ୍ମୁଖରୁ ସାଇକେଲ ଶୋଭାଯାତ୍ରାରେ ବାହାରି ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରିଥିଲେ ।ଏଥିରେ ବିଧାୟକ ଚକ୍ରମଣି କହଁର, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଯୁଗ୍ମ ସମ୍ପାଦକ ଚିଣ୍ଟୁ ନାୟକ,ନଗର ସଭାପତି ଅବନୀକାନ୍ତ ନାୟକଙ୍କ ସମେତ ଶତାଧିକ ଯୁବକ ସାମିଲ୍ ହୋଇଥିଲେ । ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ସ୍ବାର୍ଥ ଓ ସ୍ବାଭିମାନ ପାଇଁ ଲଢ଼ିବା,ଏକ ସମୃଦ୍ଧ,ସଶକ୍ତ,ସ୍ଵାଭିମାନୀ “ନବୀନ ଓଡ଼ିଶା” ଗଢ଼ିବା ପାଇଁ ଆମେ ସଙ୍କଳ୍ପ ବଦ୍ଧ ବୋଲି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର କହିଛନ୍ତି l

Exit mobile version