Home ଓଡ଼ିଶା ଭୁବନ ବିଜେଡି ତରଫରୁ ବିଜୁ ବାବୁ ଙ୍କ ୧୦୭ ତମ ଜୟନ୍ତୀ ପାଳନ ସାହାସୀ ହୁଅ , ସ୍ୱାଭିମାନୀ ହୁଅ : ସାଂସଦ ମହେଶ ସାହୁ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ନବୀନ ଓଡିଶା ଗଠନ ପାଇଁ ସଂକଳ୍ପ ନେଲେ କର୍ମୀ ବିଜୁ ବାବୁ ଙ୍କୁ ମରଣୋତର ଭାର ରତ୍ନ ପାଇଁ ଦାବି ୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ବ୍ଲକ ଏବଂ ଏନଏସି ବିଜେଡି ତରଫରୁ ମହାନ ଜନନାୟକ ,ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୦୭ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳ ୭ ଘଟିକା ସମୟରେ ଦଳୀୟ କାର୍ଯ୍ୟାଳୟରେ ବିଜୁ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଜୟନ୍ତୀ ପାଳନ କରାଯାଇଥିଲା । ସକାଳ ୮ ଘଟିକା ସମୟରେ କାଳୀ ବଜାର ସ୍ଥିତ ସହିଦ୍ ବାଜି ରାଉତ ଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତା ସାଇକେଲ ର୍ୟାଲି କରି ୫ କିମି ଦୂର ସହିଦ୍ ଙ୍କ ଜନ୍ମସ୍ଥାନ ନୀଳକଣ୍ଠପୁର କୁ ଯାତ୍ରା କରିଥିଲେ । ସହିଦ ସ୍ମୃତିସ୍ତମ୍ଭ ଓ ପ୍ରତିମୂର୍ତୀରେ ପୁଷୟମାଲ୍ୟ ଅର୍ପଣ କରି ଫେରିଥିଲେ । ପରେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଅପରାହ୍ନ ୪ ଘଟିକା ସମୟରେ ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ୱର ଙ୍କ ମନ୍ଦିର ପରିସରରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳିଙ୍ଗ ବୀର ବିଜୁ ବାବୁ ଙ୍କ ସ୍ମୃତିଚାରଣ କରି ବିଜୁ ଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ୱାନ ଦେଇଥିଲେ । ବିଜୁ ବାବୁଙ୍କ ଭଳି ସାହାସୀ ଆଉ ସ୍ୱାଭିମାନୀ ହୋଇ ମା ମାଟି ତଥା ଦେଶ ମାତୃକାର ସେବା କରିବାକୁ କହିଥିଲେ । ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ବିଜୁ ବାବୁଙ୍କୁ ମରଣୋତର ଭାରତ ରତ୍ନ ଦେବାକୁ ଦାବି କରିଥିଲେ । ଏହି ଅବସରରେ ନବୀନ ଓଡିଶା ଗଠନ ପାଇଁ କର୍ମୀ ମାନେ ସଂକଳ୍ପ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ , ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଅଜୟ କୁମାର ସେଠୀ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମାୟାଧର ପଣ୍ଡା , କୃଷି ଉପଦେଷ୍ଟା କମିଟି ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ଉପସଭାପତି ସୁଧାକର ସାହୁ , କାଉନସିଲର ପପୁ କୁମାର ସାହୁ , ଉପାଧ୍ୟକ୍ଷା ମାନିନୀ ସାହୁ , କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡା , କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ , ଜିଲ୍ଲା ମହିଳା ବିଜେଡି ଉପସଭାନେତ୍ରୀ ତିଳୋତମା ଚୌଧୁରୀ , ରାଜ୍ୟ ମହିଳା ବିଜେଡି ସଂପାଦିକା ସଂଧ୍ୟାରାଣୀ ନାୟକ , ଜିଲ୍ଲା ଯୁବ ବିଜେଡି ସଂପାଦକ ସୁଶାନ୍ତ କୁମାର ପୃଷ୍ଟି , ,ଅମୂଲ୍ୟ ଦ୍ୱିବେଦୀ ,ରାକେଶ ଆଏଚ ,କାଉନସିଲର ନରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଭୁବନ ବ୍ଲକ ବିଜେଡି ସଭାପତି ତଥା ୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭୁବନ ନଗର ସଭାପତି ନରେନ୍ଦ୍ର କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଏହି ବର୍ଣ୍ଣାଢ୍ୟ କାର୍ଯ୍ୟାକ୍ରମରେ ବ୍ଲକ ଏବଂ ଏନଏସି ରୁ ପ୍ରାୟ ୩ ହଜାର ଦଳୀୟ କର୍ମୀ ଯୋଗଦେଇଥିଲେ Categories: ଓଡ଼ିଶା, ଢେଙ୍କାନାଳ, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026