
୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ମହିଳା ମାନଙ୍କୁ ସବୁକ୍ଷେତ୍ର ରେ ଅଗ୍ରଣୀ କରିବା ପାଇଁ ସରକାର ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କୁ ସହାୟତା କରିବା ସହ ଆତ୍ମନିର୍ଭରଶୀଳ କରିଆସୁଛନ୍ତି । ତେବେ ନୟାଗଡ ଜିଲ୍ଲା ରଣପୁର ଏନ ଏସି କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ କ୍ଷେତ୍ର ରେ ସହଭାଗୀଦାର ହୋଇ କାର୍ଯ୍ୟରତ ଥିବା ମହିଳା ମାନଙ୍କୁ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀର ୧୦ ଜଣ ମହିଳା ମାନଙ୍କୁ ନୂତନ ସାଇକେଲ ପ୍ରଦାନ କରାଯାଇଛି । ସ୍ଥାନୀୟ ଅଫିସ୍ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଏନ ଏସି ଅଧକ୍ଷା ଶ୍ରୀମତୀ ରଙ୍ଗୀନ୍ ମହାନ୍ତି , କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଅପର୍ଣ୍ଣା ଡ଼ାଙ୍ଗୁୂଆ ,କୁମାର ସୁଜିତ୍ (ପରିମଳ ବିଶେଷଜ୍ଞ) ରଣପୁର ଏନଏସି ସମସ୍ତ ପଦାଧିକାରୀ ଓ ସମସ୍ତ କାଉନସିଲ୍ ମାନଙ୍କ ଉପସ୍ଥିତ ରେ ସ୍ବଛ ସାଥି-ପୁଷ୍ପଲତା ପ୍ରଧାନ, କମଳିନୀ ସାହୁ, ରଶ୍ମିତା ସାହୁ ଜଳ ସାଥି, ଗୋଷ୍ଠୀ ଶୈଚାଳୟ, ଆହାର କେନ୍ଦ୍ର,ମଳ ଉପଚାର କେନ୍ଦ୍ର ଓ ଅଣୁ ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ର ଇତ୍ୟାଦି ରେ ସହଭାଗିତା ରେ କାର୍ଯ୍ୟ କରୁଥିବା ମିଶନ ଶକ୍ତି ମହିଳା ମାନଙ୍କୁ ସାଇକେଲ ପ୍ରଦାନ କରାଯାଇଛି

