କାଳୁ ମୁଁ ତୁମକୁ ଭଲ ପାଏ : ତୁମକୁ ମୁଁ ଏହି ୫ ବର୍ଷ ଭିତରେ ବହୁ ଉପରକୁ ଉଠାଇଦେଇଛି

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- କାଳୁ ମୁଁ ତୁମକୁ ଭଲ ପାଏ ,, ତୁମକୁ ମୁଁ ଏହି ୫ ବର୍ଷ ଭିତରେ ବହୁ ଉପରକୁ ଉଠାଇଦେଇଛି । କାହା କଥା ନ ଶୁଣି ତୁମକୁ ମୁଁ ଜିଲ୍ଲା ପରିଷଦ ଟିକେଟ ଦେଲି ତଥାପି ମନ ବୁଝିଲାନି ଯେ ମୁଁ ମନ୍ତ୍ରୀ ଅରୁଣ ସାହୁ ଙ୍କ ପାଖରେ ଗୁହାରି କରି ତୁମକୁ ନୟାଗଡ ଜିଲ୍ଲା ର ଚେୟାରମ୍ୟାନ ପଦବୀ ଦେଲି । ଆଉ ଏବେ ଅଲ୍ ଓଡିଶାର ଚେୟାରମ୍ୟାନ ସଭାପତି ପଦବୀ ରେ ଦେଖି ମୁଁ ବହୁତ ଖୁସି ।

ଚିନ୍ତା କରନି ସେଥିରେ ବି ମୋର ହାତ ଅଛି … କାଳୁ ! ଦେଖ ମଝିରେ ଠିଆ ହୋଇଥିବା ଚେୟାରମ୍ୟାନ ମହିଳା ରଙ୍ଗୀନ ମହାନ୍ତି ତାଙ୍କୁ ବି ମୁଁ ତୁମ କଥାରେ ପଡ଼ି ବହୁ ଅକ୍ଲାନ୍ତ ପରିଶ୍ରମ କରି ଏବଂ ଦଳ ବିରୁଦ୍ଧ ରେ ଯାଇ କର୍ମୀ ମାନଙ୍କୁ ନିରାଶ କରି ଚେୟାରମ୍ୟାନ୍ ପଦବୀ ଟି ଦେଲି ।

ହେଲେ କାଳୁ ତୁମ କଥାରେ ମୁଁ ଏତେ କାମ କଲା ପରେ ତୁମେ ମୋର ପିଛା ଛାଡୁନ ..? କିନ୍ତୁ ତୁମକୁ ମୋର ଅନୁରୋଧ ତୁମେ ଆଉ ଆଗାମୀ ୨୦୨୪ ମସିହା ନିର୍ବାଚନରେ ମୋ ପଛରୁ ଗୋଡ ଟାଣିବ ନାହିଁ, କି ଗୋଛି ହାଣିବ ନାହିଁ … ବିଶେଷ ମୁହୂର୍ତ୍ତ ରେ ବିଧାୟକ ସତ୍ୟ ନାରାୟଣ ଙ୍କ ସହ ଜିଲ୍ଲାପରିଷଦ ଦେବାଶିଷ ପଟ୍ଟନାୟକ , ଫଟୋ ସାମ୍ବାଦିକ- ଅଭିମନ୍ୟୁ ମହାରଣା

Exit mobile version