Home ଓଡ଼ିଶା ଗଜପତି ଜିଲ୍ଲା ବିଜେଡି କମିଟି ପୁର୍ନଗଠିତ ଜଗବନ୍ଧୁ ଦାସ ହେଲେ ଜିଲ୍ଲା ସଭାପତି by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡ :- ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଗଜପତି ବିଜେଡି ଜିଲ୍ଲା କମିଟି ଗଠନ କରାଯାଇଛି. ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଦସ୍ତଖତ ସମ୍ବଳିତ ପ୍ରେସ ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁସାରେ ଜଗବନ୍ଧୁ ଦାସଙ୍କୁ ଜିଲ୍ଲା ସଭାପତି ନିଯୁକ୍ତ କରାଯାଇଛି. ଏହି କମିଟିରେ ୧୩ଜଣ ଉପସଭାପତି,୧୧ ଜଣ ସାଧାରଣ ସମ୍ପାଦକ, ୧୩ ଜଣ ସମ୍ପାଦକ ଏବଂ ୧୫ ଜଣଙ୍କୁ ଯୁଗ୍ମ ସମ୍ପାଦକ ଦାୟିତ୍ୱ ମିଳିଛି. ସେହିପରି ୯ ଜଣଙ୍କୁ ବ୍ଲକ ମୁନିସିପାଲିଟି ଓ ଏନଏସି ସଭାପତି ଭାବେ ନିଯୁକ୍ତ କରାଯାଇଛି. ସେହିପରି ଗୋପବନ୍ଧୁ ପଟ୍ଟନାୟକଙ୍କୁ ଜିଲ୍ଲା କୋଷାଧକ୍ଷ ଭାବେ ନୂଆ ନିଯୁକ୍ତି ମିଳିଛି. ପ୍ରକାଶିତ ତାଲିକା ଅନୁଯାୟୀ ଜିଲ୍ଲା କମିଟିରେ ଉପ ସଭାପତି ଭାବେ ଅନ୍ତର୍ଯମୀ ଗମାଙ୍ଗୋ,ଲକ୍ଷ୍ମୀନ୍ତ ପରିଛା, ଏସ ଗଜପତି ରାଓ, ବୋରା ଲକ୍ଷ୍ମୀ ନାରାୟଣ, ନୀରା ଭୂୟାଁ, ରଘୁରାମ ସାହୁ, ସାଇ ରାମଚନ୍ଦ୍ର ରାଓ, ରୋକାମ ସତୀଶ, ଆର. ବିଜୟ କୁମାର, ଦଣ୍ଡାସି ସାହୁ, ଲାଜର ମାଝୀ, ସୁଦାମ ଶବର, ଜେମ୍ସ ରାଇକିଆ ସ୍ଥାନ ପାଇଛନ୍ତି. ସେହିପରି ସାଧାରଣ ସମ୍ପାଦକ ଭାବେ ରୋକାମ ରାମ ପ୍ରସାଦ, ପି. ପ୍ରସାଦ ରାଓ, ଜମିଦାର ପଟ୍ଟନାୟକ,ସୁମାନ୍ତୋ ଚିନ୍ତଡା, ଏସ ଭାସ୍କର ରାଓ, ରାଜେନ୍ଦ୍ର କୁମାର ରଣସିଂ ନାୟକ, ଜେ. ବଡମୁଣ୍ଡି, ସୁଦର୍ଶନ ରାଇତୋ, ସୋମନାଥ ବଳିଆରସିଂ, ହାଡ଼ିଆ କନ୍ଧା, ରାଜୀବ ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି. ସେହିପରି ସମ୍ପାଦକ ଭାବେ 13 ଜଣିଆ ତାଲିକାରେ ଶିଶିର ପ୍ରଧାନ, କେ. ଜିବରତ୍ନମ, ମସୁଲାନରତିଓ, ଶିବରାମ ସାହୁ, ଜ୍ଞାନ ରଞ୍ଜନ ଜେନା, ବିରଞ୍ଚି ନାରାୟଣ ଦେବ, ପ୍ରଫୁଲ୍ଲ ଲିମ୍ମା, ପ୍ରକାଶ ନାୟକ, ଡ଼ି. ଆପ୍ପା ରାଓ, ଦୀପକ ପାଣି, ଭି. ଭେଙ୍କଟ ଗିରି, ଦେବେନ୍ଦ୍ର ନାୟକ, ଅଭୟ ପରିଚ୍ଛା ରହିଛନ୍ତି. ଯୁଗ୍ମ ସମ୍ପାଦକ ଭାବେ କେ. ତେଜସ୍ବର ରାଓ, ଦେବଚନ୍ଦ୍ର ପ୍ରଧାନ, ପି. ରାମବାବୁ, ତ୍ରିନାଥ ନାୟକ, ଅର୍ଜୁନ ଶବର, ମୋଜେଶ ଦଳବେହେରା, ଯୋଗେନ୍ଦ୍ର କାର୍ଜି, ଅଜିତ ନାୟକ, ଏ. ବାସୁଦେବ ରାଓ, ହୃଦୟ ପାଣି, ଜଗନ୍ନାଥ ଆର. ରାଓ, ଯୋଗେନ୍ଦ୍ର କୁମାର ସାହୁ, ଇନୁସ ରାଇତୋ, ଇନୁସ ସବର,ଜକ୍ଷ ମଣ୍ଡଳ ଏଣିକି ନୂଆ ଦାୟିତ୍ୱ ତୁଲାଇବେ. ଅନ୍ୟ ପକ୍ଷରେ ସୁଧୀର ରଞ୍ଜନ ମହାପାତ୍ରଙ୍କୁ ପାରଳାଖେମୁଣ୍ଡି ମୁନିସିପାଲିଟି ସଭାପତି ଭାବେ ନିଯୁକ୍ତ କରାଯାଇଥିବାବେଳେ କାଶୀନଗର ସଭାପତି ଭାବେ ରକମ ଚଲାପତି ରାଓଙ୍କୁ ନିଯୁକ୍ତି ମିଳିଛି. ସେହିପରି ରଞ୍ଜିବ ଶବରଙ୍କୁ ମୋହନା ସଭାପତି, ଭୀମା ପାଇକୋଙ୍କୁ ଆର. ଉଦୟଗିରି ସଭାପତି, ସିମାଞ୍ଚଳ ମହାନ୍ତିଙ୍କୁ ରାୟଗଡା, ଜୋହାନ ମାଝୀଙ୍କୁ ନୂଆଗଡା, ଅଖିଳ କୁମାର ପାତ୍ରଙ୍କୁ କାଶୀନଗର, ସିଏଚ. ଇଶ୍ୱର ରାଓଙ୍କୁ ଗୋଷାଣୀ ଏବଂ ଏ ଗମାଙ୍ଗୋଙ୍କୁ ଗୁମ୍ମାର ସଭାପତି ଭାବେ ନୂଆ ନିଯୁକ୍ତି ମିଳିଛି. Categories: ଓଡ଼ିଶା, ଗଜପତି, ରାଜନୀତି, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026