ମୋହନା ବ୍ଳକର ଅନ୍ତରବା : କନ୍ୟାଶ୍ରମରେ ଝାଡାବାନ୍ତି ୧୧ ଛାତ୍ରୀ ଆକ୍ରାନ୍ତ – ପହଞ୍ଚିଲା ସ୍ବାସ୍ଥ୍ୟଦଳ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମୋହନା ବ୍ଳକର ଅନ୍ତରବା କନ୍ୟାଶ୍ରମରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୁରୁବାର ୧୧ ଜଣ ଅନ୍ତେବାସୀ ଆକ୍ରାନ୍ତ ହୋଇ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଶୁକ୍ରବାର ପୁଣି ୬ ଜଣ ଅନ୍ତେବାସୀ ଟୁନି ପାଇକ, ଲବଲୀ ଶବର, ସସ୍ମିତା ଦଳବେହେରା, ବିଷ୍ଣିପ୍ରିୟା ଦଳଇ, ପ୍ରିତା ମାଝୀ, ଅନିତା ମଣ୍ଡଳ, ଆକ୍ରାନ୍ତ ହୋଇ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି ହୋଇଛନ୍ତି । ମିଳିଥିବା ସୁଚନା ପ୍ରକାରେ ଗତ ମଙ୍ଗଳବାର ବିଦ୍ୟାଳୟରେ ବାଷିକ ଉତ୍ସବ ପାଳନ କରାଯାଇଥିଲା ଏବଂ ଭୋଜିଭାତର ଆୟୋଜନ ହୋଇଥିଲା । ବଳକା ବାସୀ ଖାଦ୍ୟକୁ ତାରବାସୀ କନ୍ୟାଶ୍ରମ ଅନ୍ତେବାସୀ ଖାଇଥିଲେ ।ପରେ କିଛି ସମୟ ମଧ୍ୟରେ ଧୀରେ ଧୀରେ ଛାତ୍ରୀମାନେ ଅସୁସ୍ଥ ହୋଇ ପଡିଥିଲେ । ଏହାପରେ ଛାତ୍ରୀଙ୍କୁ ଝାଡାବାନ୍ତି ହୋଇଥିଲା । ଗୁରୁବାର ୧୧ ଜଣ ଛାତ୍ରୀ ଆକ୍ରାନ୍ତ ହେବାପରେ ସେମାନଙ୍କ ମଧ୍ୟ ୬ ଜଣ ଗୁରୁତ୍ବର ହୋଇଥିଲେ । କନ୍ୟାଶ୍ରମ ମଧ୍ୟରେ ଚିକିତ୍ସା କରିବା ପରେ ବିଦ୍ୟାଳୟ କତ୍ତୃପକ୍ଷ କୌଣସି ସୁଫଳ ନପାଇ ମୋହନା ସ୍ବାସ୍ଥ୍ୟ ବିଭାଗ ସହାୟତାରେ ସ୍ବାସ୍ଥ୍ୟକେନ୍ଦ୍ରରେ ଅବସ୍ଥା ଛାତ୍ରୀଙ୍କୁ ଭର୍ତି କରିଥିଲେ ।ବତ୍ତମାନ ୧୨ଜଣ ଅନ୍ତେବାସୀ ଆକ୍ରାନ୍ତ ହୋଇଥିବା ବେଳେ ମୋହନା ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଟିମ୍ କନ୍ୟାଶ୍ରମରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି । ଅଖାଦ୍ୟ ଝାଡାବାନ୍ତିର କାରଣ ବୋଲି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଟିମ ଡାକ୍ତର ଗୋପାଳ କୃଷ୍ଣ ସାହୁ ସୁଚନା ଦେଇଛନ୍ତି । ଅନ୍ୟପଟେ କନ୍ୟାଶ୍ରମର ପାନୀୟ ଜଳକୁ ମଧ୍ୟ ପରିକ୍ଷା ପାଇଁ ପଠାଯାଇଛି । ଘଟଣା ଉପରେ ନଜର ରଖାଯାଉଛି । ଶୀଘ୍ର ସ୍ଥିତିକୁ ନିୟନ୍ତ୍ରଣ କରାଯିବ ବୋଲି ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନମିତା ପଣ୍ଡା ସୁଚନା ଦେଇଛନ୍ତି ।

Exit mobile version