ବସ୍ ଓ ବାଇକ ମୁହାଁମୁହିଁ ଧକ୍କା ଘଟଣାସ୍ଥଳରେ ବାଇକ ଚାଲକ ଙ୍କ ‍ମୃତ

୦୩ ମାର୍ଚ୍ଚ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ପଦ୍ମପୁର ରାସ୍ତାର ଗୌଡ଼ପାଲ ଜୁରିଆ ନିକଟରେ ଗତକାଲି ରାତିରେ ଏକ ଘରୋଇ ବସ ଶତାବ୍ଦୀ ଓଡି-୧୭ ଏଫ ୭୦୧୧ ଓ ବାଇକ ଓଡି-୦୩-ଏଲ -୦୧୪୪ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ ହେଲେ ବେଲପଡ଼ା ଥାନା ଅନ୍ତର୍ଗତ ନାଗଫେଣା ଗ୍ରାମର ସମାରୁ ବରିହା ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ, ବସଟି ଦହିଗାରୁ ବରଯାତ୍ରୀ ଧରି ବେଲପଡ଼ା ସର୍ଗୀଗୁଡ଼ା ଯାଉଥିବାବେଳେ ଖପ୍ରାଖୋଲ ମାଲପଡ଼ାଗ୍ରାମର ଜଣେ ଯୁବକ ତାଙ୍କ ଭଉଣୀର ବାହାଘର ସାମଗ୍ରୀ ଦେଇ ବାଇକରେ ଘରକୁ ଫେରୁଥିଲେ । ଏହି ସମୟରେ ବାଇକ ଚାଳକ ଭାରସାମ୍ୟ ହରାଇ ବସରେ ପିଟି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଖବର ପାଇ ଲରମ୍ଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବସକୁ ପାଟଣାଗଡ଼ ଥାନାକୁ ଆଣି ଚାଳକକୁ ଅଟକ ରଖି ପୁଲିସ ଅଧିକ ପଚରାଉଚୁରା କରି ଆଜି ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

Exit mobile version