୦୩ ମାର୍ଚ୍ଚ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ନୟାଗଡ ସହର ଉପକଣ୍ଠ ବାରମାସୀ ଲେନରେ ବଚପନ ଓ ଗାଇଡାନ୍ସ ସ୍କୁଲ ର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଅରୁଣ କୁମାର ମହାନ୍ତିଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ ଓ ବିଶିଷ୍ଟ ଅତିଥି ଭାବେ ନୟାଗଡ ପୌରପରିକା ର ଅଧକ୍ଷା ଶ୍ରୀମତୀ ନିରୁପମା ଖଟେଇ ଯୋଗଦେଇଥିଲେ । 
ବିଦ୍ୟାଳୟର ପ୍ଲେ ଗ୍ରୁପ୍, ନର୍ସରୀ, ଜୁନିଅର କେ.ଜି ଓ ସିନିୟର୍ କେ.ଜି ଶିଶୁ ମାନଙ୍କର ଏହି ପ୍ରଥମ ଦିବସ ରେ ଶିଶୁ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରତିଯେଗୋତ ରେ ଉତ୍ତୀର୍ଣ୍ଣ ହୋଇଥିବା ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଚେୟାରମ୍ୟାନ ଶ୍ରୀଯୁକ୍ତ ଅବିନାଶ ସାହୁ ଙ୍କ ପ୍ରତେକ୍ଷ ତତ୍ୱାବଧନ ରେ ଶିଶୁ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ଡ୍ରାମା ଆଜିର ଦିନରେ ସୋସିଆଲ ମିଡ଼ିଆ ର ଅପବ୍ୟବହାର , ଶ୍ରୀକୃଷ୍ଣ ଓ ନାରଦ ଙ୍କ ମର୍ତ୍ୟ ପରିଦର୍ଶନ ପରିବେଷଣ କରିବା ସହ କୁନି କୁନି ଶିଶୁ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା । ପ୍ରିନ୍ସିପାଲ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପି.ଆର.ଓ କଳ୍ପନା ଭଦ୍ର ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ସେବିକା ସହଯୋଗ କରି କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ କରିଥିଲେ ।

