ଚବିଶ ପ୍ରହରୀ ନାମ ଯାଜ୍ଞପାଇଁ କଳସ ଶୋଭାଯାତ୍ରା

୦୩ ମାର୍ଚ୍ଚ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକର ମୁଣ୍ଡୋଦହର ଗାଁରେ ଚବିଶ ପ୍ରହର ନାମ ଯଜ୍ଞପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଶୋଭାଯାତ୍ରାରେ ଗାଁର ୧୧୧ ଜଣ ମହିଳା ନିକଟସ୍ଥ ପୋଖରୀ କୁ ଯାଇ ପୋଖରୀ କୂଳରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରି ପୂର୍ଣ୍ଣ କଳସ ଧରି ପ୍ରହରୀ ମଣ୍ଡପ ରେ କଳସ ସ୍ଥାପନ କରିଥିଲେ । ଏହି ନାମ ଯଜ୍ଞ ଆସନ୍ତା କାଲି ଶନିବାର ଠାରୁ ୨୪ ପ୍ରହର ନାମ ସଂକୀର୍ତ୍ତନ ହେବା ସହ ମଙ୍ଗଳବାର ଦିନ ପୂର୍ଣ୍ଣାହୁତି ହେବ ବୋଲି କମିଟି ସୂତ୍ରରୁ ସୂଚନା ମିଳିଛି । ପୂଜା କର୍ତ୍ତା ଭବରେ ଧରଣୀ ଧର ଭୋଇ ଓ ତାଙ୍କ ଧର୍ମପତ୍ନୀ ସସ୍ମିତା ଭୋଇ ଥିବାବେଳେ ପୂଜକ ଭବରେ ବିଜାୟ କୁମାର ତ୍ରିପାଠୀ ଓ ଜପକ ପଞ୍ଚାନନ ଯୋଶୀ ଏବଂ ସଂଜୀବ ଯୋଶୀ ପୂଜକ ଭବରେ ପୂଜା କାର୍ଯ୍ୟ ତୁଲାଇବେ ବୋଲି କମିଟି ସୂତ୍ରରୁ ଜଣାପଡିଛ ।ବିଶେଷ ଆକର୍ଷଣ ପ୍ରହରୀ ମଣ୍ଡଳୀ ଘୂର୍ଣ୍ଣନ ହେବବୋଲି କମିଟୀ ସୂତ୍ର ପ୍ରକାଶ । ପ୍ରହରୀ କମିଟି ର ସଭାପତି ଇନ୍ଦ୍ରମଣି ମେହେର , ସମ୍ପାଦକ ଜଗ ଦିଶ ଭୋଇ ,ହରେ ରାମ ଦେବାର ମେହେର ଶାନ୍ତନୁ ଭୋଇ,ଶିବରାମ ଭୋଇ, କପୁର ଚନ ପୁଟେଲ, ପ୍ରମୂଖ ମୁଣ୍ଡେ।ଦହର ଗ୍ରାମ ବାସୀ ଙ୍କ ମିଳିତ ସହଯୋଗରେ ଆୟୋଜିତ ବୋଲି ଜଣାପଡ଼ିଛି .

Exit mobile version