Home ଓଡ଼ିଶା ୫ ରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଜିଲ୍ଲାରେ ପାଳନ ହେବ ରାଜ୍ୟ ଉଦ୍ୟୋଗୀ ସପ୍ତାହ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୦୩ ମାର୍ଚ୍ଚ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ଅର୍ଥନୈତିକ ଅଭିବୃଦ୍ଧିରେ ଏମଏସଏମଇର ଅବଦାନ ବିଶ୍ୱବ୍ୟାପୀ ସ୍ୱୀକୃତିପ୍ରାପ୍ତ | ରୋଜଗାର ସୃଷ୍ଟି, ରପ୍ତାନି, ଆଞ୍ଚଳିକ ପାର୍ଥକ୍ୟ ହ୍ରାସ କରିବାରେ ଏମଏସଏମଇ କ୍ଷେତ୍ରର ଅବଦାନ ଅତୁଳନୀୟ । ଏମଏସଏମଇର ଚତୁର୍ଥ ଜନଗଣନା ଅନୁଯାୟୀ, ଓଡିଶା ରାଜ୍ୟରେ ୧.୫୭ ନିୟୁତ ଏମଏସଏମଇ ପ୍ରାୟ ୩.୩୨ ନିୟୁତ ଲୋକଙ୍କୁ ନିଯୁକ୍ତି ଯୋଗାଇଛି । ଯାହା କୃଷି କ୍ଷେତ୍ର ପରେ ସର୍ବ ବୃହତ ରୋଜଗାରର ଉତ୍ସ ଅଟେ । ତେଣୁ ତୃଣମୂଳ ସ୍ତରରେ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ ତଥା ଉତ୍ସାହିତ କରିବା ପାଇଁ ଜିଲ୍ଲାରେ ୫ ରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟ ଉଦ୍ୟୋଗୀ ସପ୍ତାହ ଆୟୋଜନ କରାଯାଉଛି ବୋଲି ସ୍ଥାନୀୟ ଜିଲ୍ଲା ଶିଳ୍ପ କେନ୍ଦ୍ର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହା ପ୍ରବନ୍ଧକ , ଶ୍ରୀ ତରୁଣକାନ୍ତି ମହାନ୍ତୀ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ବିଜୁ ପଟ୍ଟନାୟକଙ୍କୁ ଓଡିଶାର ଶିଳ୍ପ ଅଭିବୃଦ୍ଧିର ଅଗ୍ରଦୂତ ଭାବରେ ବିବେଚନା କରାଯାଏ । ତେଣୁ ତାଙ୍କ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶା ରାଜ୍ୟ ଉଦ୍ୟୋଗୀ ସପ୍ତାହ ପାଳନ କରୁଛି । ଏହି ଅବସରରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିସରରେ ୩୦ ଟି ଷ୍ଟଲ ନିର୍ମାଣ କରାଯିବ, ଯେଉଁଥିରେ ହିତାଧିକାରୀମାନେ ମଧ୍ୟ ସାମିଲ ହେବେ । ଚଳିତ ବର୍ଷ ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ୧୦୪ ଜଣ ହିତାଧିକାରୀଙ୍କୁ ରଣ ପ୍ରଦାନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଧା ୬୧ ଜଣଙ୍କୁ ରଣ ରାଶି ମିଳିସାରିଛି । ଆଶାୟୀ ଉଦ୍ୟୋଗୀ ପିଏମଏଫଏମଇ ଏବଂ ପିଏମଇଜିପି ଯୋଜନା ରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲାରେ ଉତ୍ପାଦନ କ୍ଷେତ୍ର ସ୍ଥାପନ କରିବାକୁ ଅଧିକ ଗୁରୁତ୍ଵ ଦିଆଯାଉଛି । ଯାହା ଫଳରେ ଅନେକ ଲୋକ ସ୍ବାବଲମ୍ବୀ ହୋଇପାରିବେ ଏବଂ ଏହା ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଆଇପିଓ, ଶୁଭଶ୍ରୀ ଦଣ୍ଡପାଟ ଏବଂ ଚାମ୍ବର ଅଫ କମର୍ସ ସଭାପତି ସୁରେଶ କୁମାର ସୁମାନୀ ଉପସ୍ଥିତ ଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026