Home ଓଡ଼ିଶା ନୂତନ ହସପିଟାଲ ନିର୍ମାଣ ସମ୍ବନ୍ଧେ ପଦିଆପାଲୀ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୦୩ ମାର୍ଚ୍ଚ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଦିଆପାଲୀ ଗ୍ରାମରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଗ୍ରାମସଭା ବୈଠକରେ କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ ସଭାପତିତ୍ବ କରିଥିଲାବେଳେ ଅନ୍ୟ ସମ୍ମାନିତ ବ୍ୟକ୍ତି ମାନଙ୍କ ମଧ୍ୟରେ ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ଖଇରପୁଟ ବ୍ଲକ ବିଧାୟକ ପ୍ରତିନିଧି ସାଧୂ ହନ୍ତାଳ, କୁଡୁମୁଲୁଗୁମ୍ମା ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରେବତୀନାଥ ମାଝୀ, ରାଜସ୍ୱ ବିଭାଗ ତରଫରୁ ସହକାରୀ ରାଜସ୍ୱ ନିରୀକ୍ଷକ ତ୍ରୀନାଥ ପ୍ରଧାନ, ଜଙ୍ଗଲ ବିଭାଗ ପକ୍ଷରୁ କୁଡୁମୁଲୁଗୁମ୍ମା ବନପାଳ ଜ୍ୟୋତି ଡୁଙ୍ଗଡୁଙ୍ଗ,ଜିଆରଏସ୍ ଦେବେନ୍ଦ୍ର ଖେମୁଡୁ, ସମାଜସେବୀ ଭଗବାନ ସାହୁ, ତ୍ରିନାଥ ସଗରୀଆ, ଗଣେଶ୍ୱର ପୂଜାରୀ, ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ସମସ୍ତ ରାଜସ୍ୱ ଗ୍ରାମର ୱ।ର୍ଡ ସଭ୍ୟ/ସଭ୍ୟା, ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନଙ୍କ ସହ ପଦିଆପାଲୀ ଓ ଏହାର ଆଖପାଖ ଅଞ୍ଚଳର ପାଖାପାଖି ଦୁଇଶହ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ । ବୈଠକରେ ସଭାପତି ମଙ୍ଗଳା ମାଢୀ କହିଥିଲେ ଯେ ପଦିଆପାଲୀ ଗ୍ରାମରେ ଏକ ୩୦ ଶଯ୍ୟା ବିଶିଷ୍ଟ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ନିମନ୍ତେ ସରକାରଙ୍କ ଠାରୁ ପ୍ରସ୍ତାବ ଆଗତ ହୋଇଛି, ଯାହାକୁ ସେ ଆଜିର ଗ୍ରାମସଭାରେ ସର୍ବସମ୍ମତିକ୍ରମେ ଗୃହୀତ କରାଯିବା ପାଇଁ ଅନୁରୋଧ କରିଥିଲେ । ସଭାରେ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ କହିଛନ୍ତି ଯେ ଅନେକ ସ°ଘର୍ଷ ପରେ କୁଡୁମୁଲୁଗୁମ୍ମା ପାଇଁ ସୈାଭାଗ୍ୟ ର ଦିନ ଆସିଛି, ଏହି ହସ୍ପିଟାଲରେ ନିର୍ମାଣ ହେଲେ ବହୁ ସଂଖ୍ୟା ରେ ରୋଗୀ ମାନଙ୍କୁ ଆଉ ଅନ୍ୟତ୍ର ଯିବାକୁ ପଡ଼ିବନି ଓ ଏହିଠାରେ ହିଁ ସବୁ ପ୍ରକାର ଚିକିତ୍ସା ସମ୍ଭବ ହୋଇପାରିବ । ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ କହିଛନ୍ତି ଯେ ଏହି ହସ୍ପିଟାଲ ନିର୍ମାଣ ହେଲେ ଏ ଅଞ୍ଚଳ ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବ୍ୟାପକ ସ୍ତରରେ ଗରୀବ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ସମାଧାନ ହୋଇପାରିବ । ଶେଷରେ ବିଧାୟକ ପ୍ରତିନିଧି ସାଧୂ ହନ୍ତାଳ ଦାବି କରି କହିଛନ୍ତି ଯେ ନୂତନ ହସପିଟାଲ ପାଇଁ ଚିହ୍ନଟ ହୋଇଥିବା ଜାଗା ସମ୍ମୁଖରେ ଥିବା ଜାଗାକୁ ବହୁତ ଜବରଦଖଲ କାରୀ ନିଜ କବଜାରେ ରଖିଛନ୍ତି ଯାହା ଫଳରେ ଭବିଷ୍ୟତ ରେ ଏକ ବିରାଟ ସମସ୍ୟା ଉପୁଜିବ ଏଣୁ ଉକ୍ତ ଜାଗା ଗୁଡ଼ିକୁ ସ°ପୃକ୍ତ ଜବର ଦଖଲକାରୀଙ୍କ କବଜାରୁ ମୁକୁଳାଇବା ନିମନ୍ତେ ସ୍ଥାନୀୟ ତହସିଲଦାରଙ୍କୁ ଅନୁରୋଧ କରିବା ସହ ଆସନ୍ତା ଦିନରେ ଏହି ହସ୍ପିଟାଲରେ ହେବାକୁ ଥିବା ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ରେ ଯେପରି କୁଡୁମୁଲୁଗୁମ୍ମା ର ଶିକ୍ଷିତ ବେକାରୀ ଯୂବବର୍ଗ ମାନଙ୍କୁ ସ୍ଥାନ ମିଳିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି । ପଦିଆପାଲୀ ଗ୍ରାମରେ ସ୍ଥାନୀୟ ଲୋକମାନେ ମଧ୍ୟ ଅନୁରୂପ ପ୍ରସ୍ତାବ ମାନ ଦେଇଥିଲେ ଯାହାକୁ ପିଇଓ ଶ୍ରୀ ମାଝୀ ଲିପିବଦ୍ଧ କରିଥିଲେ ଓ ଏହାପରେ ସରପଞ୍ଚ ସଭାସାଙ୍ଗର ଘୋଷଣା କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026