Home ଓଡ଼ିଶା ସୋମନାଥପୁର ଠାରେ ନୂତନ ଭାବେ ପ୍ରାଥମିକ କୃଷି ସମବାୟ ସମିତି ଗଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୦୩ ମାର୍ଚ୍ଚ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) କୁଡୁମୁଲୁଗୁମ୍ମା :- କୋରୁକୁଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ଗ୍ରାମ ପଞ୍ଚାୟତ ଠାରେ ଏକ ନୂତନ ପ୍ରାଥମିକ କୃଷି ସମବାୟ ସମିତି (PACS) ଗଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସହକାରୀ ଉପ ନିବନ୍ଧକ ପ୍ରିୟବ୍ରତ ପଣ୍ଡା, ଏମଆଇସି ଅର୍ଜୁନ ଚରଣ ମହନ୍ତ, କୁଡୁମୁଲୁଗୁମ୍ମା ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗି,ଜିଲ୍ଲା ପରିଷଦ ସଭ୍ୟ ମଙ୍ଗୁ ଖିଲ, ସୋମନାଥପୁର ସରପଞ୍ଚ ମଞ୍ଜୁଳା ଶିଶା, ନାକାମାମୁଡ଼ି ସରପଞ୍ଚ ଲକ୍ଷ୍ମୀ ମୁଦୁଲି, ସୋମନାଥପୁର ସମିତି ସଭ୍ୟ ଲଇଛନ ଶିଶା, କୁଡୁମୁଲୁଗୁମ୍ମା ଲ୍ୟାମ୍ପ ଡାଇରେକ୍ଟର ଭଗବାନ ସାହୁ, ହରି ମାଢି ଓ ବରିଷ୍ଠ ସମାଜସେବୀ ବିଶ୍ଵନାଥ ମହାନ୍ତିଙ୍କ ସହିତ ସୋମନାଥପୁର ଓ ନାକାମାମୁଡ଼ି ପଞ୍ଚାୟତର ସମସ୍ତ କୃଷକ ମାନେ ବୈଠକରେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରିୟବ୍ରତ ପଣ୍ଡା କହିଛନ୍ତି ଯେ ସୋମନାଥପୁର ଠାରେ ଏହି ନୂତନ ପ୍ୟାକ୍ସ ଗଠନ ଫଳରେ ହଜାର ହଜାର ସଂଖ୍ୟାର ଚାଷୀ ସିଧାସଳଖ ଉପକୃତ ହେବେ, ସେମାନଙ୍କ କୈାଣସି କାର୍ଯ୍ୟ ନିମନ୍ତେ ଆଉ ଆଗଭଳି କୁଡୁମୁଲୁଗୁମ୍ମା ଲ୍ୟାମ୍ପ ମୁଖ୍ୟ ଦପ୍ତର କୁ ଯିବାକୁ ପଡ଼ିବନି । ନୂତନ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ପରେ ପୁର୍ଣ୍ଣ କ୍ଷମତା ରେ ଏହି ପ୍ୟାକ୍ସ୍ ର କାର୍ଯ୍ୟଧାରା ଆରମ୍ଭ ହେବା ସହ ଏଠାରେ ଏକ ଗୋଦାମ ଗୃହ ନିର୍ମାଣ ହେବ ଯାହାଫଳରେ ଚାଷୀମାନେ କୈାଣସି ଋଣ ଓ ରାସାୟନିକ ସାର ନିମନ୍ତେ ଦୁରକୁ ଯିବାକୁ ପଡ଼ିବନି । ଆଜି ଏହି ଅବସରରେ ସୋମନାଥପୁର ଓ ନାକାମାମୁଡି ପଞ୍ଚାୟତ ର ମୋଟ ୫୧ ଜଣ କୃଷକ ସମିତି ର ନୂତନ ସଦସ୍ୟ ଭାବେ ପଞ୍ଜିକରଣ କରିଥିବା ଜଣାପଡିଛି । ଆଜିର ବୈଠକକୁ କୁଡୁମୁଲୁଗୁମ୍ମା ଲ୍ୟାମ୍ପ କର୍ମଚାରୀ ଅନିଲ କୁମାର ସ୍ୱାଇଁ ସ°ପୁର୍ଣ ଭାବେ ପରିଚାଳନା କରିଥିଲାବେଳେ ଓ ରାଜେନ୍ଦ୍ର ଦଳପତି ପ୍ରମୁଖ ସହଯୋଗ କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026