ନୁଆଗଡ ବ୍ଳକରେ ନୂତନ ବିଡିଓ ଦାୟିତ୍ଵ ନେଲେ

୦୩ ମାର୍ଚ୍ଚ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ନୂଆଗଡ ବିଡ଼ିଓ ଲୋକନାଥ ଶବର ଆଜି ତଥା ଗୁରୁବାର ଦିନ ଦାୟିତ୍ଵ ଗ୍ରହଣ କରିଛନ୍ତି । ପୁର୍ବରୁ ସେ ବରଗଡ଼ ଜିଲ୍ଲା ଝାଡବନ୍ଧ ଠାରେ ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ । ଲୋକନାଥ ଙ୍କ ପୁର୍ବରୁ ନୂଆଗଡ ବ୍ଲକ୍ ବିଡ଼ିଓ ଥିବା ଲବନ୍ୟେନ୍ଦୁ ମହାନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ କୁ ବଦଳି ହୋଇଛନ୍ତି ।ମହାନ୍ତି ଙ୍କ ପରେ ନୂଆଗଡ ବ୍ଲକ୍ ବିଡିଓ ଭାବେ ଗୁମା ବ୍ଲକ୍ ବିଡିଓ ଅନୁପ ଅଭିଷେକ ବେହେରା ଦାୟିତ୍ଵ ତୁଲାଇଥିଲେ । ଲୋକନାଥ ଶବର ଦାୟିତ୍ଵ ନେଲାପରେ ବ୍ଲକ୍ ର ଉନ୍ନତି ସହ ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ପାଖରେ କିଭଳି ପହଞ୍ଚି ପାରିବ ତାହାକୁ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି । ଦାୟିତ୍ଵ ଗ୍ରହଣ ପରେ ଅଭିନନ୍ଦନ ନିମନ୍ତେ ଅଞ୍ଚଳ ବାସି ଙ୍କ ସୁଅ ଛୁଟିଛି ।

Exit mobile version