ମୋହନା ପଞ୍ଚାୟତର ପିଇଓଙ୍କୁ ବଦଳି ନେଇ ବ୍ଳକ ଅଧ୍ୟକ୍ଷକୁ ଦାବିପତ୍ର ପ୍ରଦାନ କଲେ : ଓ୍ବାର୍ଡ ସଭ୍ୟ/ସଭ୍ୟା

୦୩ ମାର୍ଚ୍ଚ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମୋହନା ବ୍ଳକର ମୋହନା ଗ୍ରାମ ପଞ୍ଚାୟତରେ ଶୁକ୍ରବାର ପଞ୍ଚାୟତର ସମସ୍ତ ଓ୍ବାର୍ଡ ସଭ୍ୟ/ସଭ୍ୟା ଏକତ୍ରିତ ହୋଇ ପଞ୍ଚାୟତର ପିଇଓଙ୍କୁ ବିରୋଧରେ ଅଭିଯୋଗ କରିଛନ୍ତି ଯେ ୩ ମାସ ହେଲା ପଞ୍ଚାୟତରେ ବୈଠକ ହୋଇନି କି କେଉଁ ଓ୍ବାର୍ଡରେ କେତେ ଟଙ୍କା ଖର୍ଚ ହେଉଛି ଏହାର ବିବରଣୀ ଦେଉନାହାନ୍ତି । ପଞ୍ଚାୟତ ଚାଲିଥିବା ବିଦ୍ୟୁତ କରଣ ଓ ଉନ୍ନତିମୂଳକ କାମ ଗୁଡିକ ଅଧପାନ୍ତରୀଆ ହୋଇ ପଡିରହିଛି ।ଆଜି ପଞ୍ଚାୟତର ଓ୍ବାର୍ଡ ସଭ୍ୟ/ ସଭ୍ୟା ମାନେ ଏ ନେଇ ବ୍ଳକ ଅଧ୍ୟକ୍ଷ ରଞ୍ଜିତି ଶବର କୁ ଏବଂ ବିଡିଓ ତପସ୍ପିନୀ ହଂସଦାଙ୍କୁ ଏକ ଦାବିପତ୍ର ପ୍ରଦାନ କହିଥିଲେ । ଏହାର ଏକ ନକଲ ଗଜପତି ଜିଲ୍ଲାପାଳଙ୍କୁ ପାଇଥିବାର ସଭ୍ୟ/ସଭ୍ୟା ମାନେ କହିଛନ୍ତି । ଯଦି ପଞ୍ଚାୟତର ପିଇଓଙ୍କୁ ୧୦ ତାରିଖ ସୁଧା ବଦଳି ନକରାଗଲେ ସମସ୍ତ ସଭ୍ୟ/ସଭ୍ୟା ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି ।

Exit mobile version