Home ଓଡ଼ିଶା ଭୁବନେଶ୍ବର ତହସିଲଦାରଙ୍କ ବ୍ରିଟିଶ୍ ଶାସନ – ଆଇନକୁ ମାରୁଛନ୍ତି ଆଖିଠାର by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଗାଡିର ମାଲିକ ବାରମ୍ବାର ଭୁବନେଶ୍ବର ତହସିଲଦାର ପ୍ରଦୀପ କୁମାର ସାହୁଙ୍କୁ ଭେଟି ଗୁହାରୀ କରିଥିଲେ ମଧ୍ୟ, ଅନୈତିକ ଉଦ୍ଦେଶ୍ୟ ରଖି କୌଣସି ଗୁହାରୀକୁ କର୍ଣ୍ଣପାତ କରୁନାହାନ୍ତି । ୦୨ ମାର୍ଚ୍ଚ, ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ବର :- ରାଜ୍ୟ ହେଉ କିମ୍ବା ରାଷ୍ଟ୍ରରେ ଯଦି ଗୋଟିଏ ରାଜନୈତିକ ଦଳ ବହୁ ବର୍ଷ କ୍ଷମତାରେ ରୁହେ,ତେବେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ରସାତଳକୂ ଚାଲିଯାଏ । ଏକରକମ୍ ଏକଛତ୍ର ଶାସନ ଚାଲିବା ସହିତ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି। ସେଥିମଧ୍ୟରୁ ଓଡିଶା ରାଜ୍ୟ ଶସନ ଏକ ନିଛକ ଉଦାହରଣ ସୃଷ୍ଟି କରିଛି,ଶାସକ ପ୍ରଶାସକ ମାନେ ବହୁ ଦିନ କ୍ଷମତାରେ ରହିବା ସହିତ ବହୁ ଅନ୍ୟାୟ ଅନୀତିକୁ ଆପଣାର କରିଦେଇଛନ୍ତି। ଏପରିକି ଆଇନ୍ କାନୁନକୁ ମଧ୍ୟ ଖାତିର କରୁନାହାନ୍ତି।ଯାହା କି ସାଧାରଣ ଜନତାଙ୍କ ଚିନ୍ତାର ବିଷୟ ପାଲଟିଛି। ଅତି ନିକଟରେ ଘଟିଯାଇଥିବା ରାଜ୍ୟ ସମବାୟ ବିଭାଗର ନିର୍ବାଚନର, ନିର୍ବାଚନ ଅଧିକାରୀ ତଥା ଭୁବନେଶ୍ବର ତହସିଲଦାର ପ୍ରଦୀପ କୁମାର ସାହୁଙ୍କ ବେଆଇନ କାର୍ଯ୍ୟ। ସମବାୟ ବିଭାଗର ୱାର୍ଡ ୧ ର ନିର୍ଦ୍ଦେଶକ ଭାବେ ପାର୍ଥି ପତ୍ର ଦାଖଲ କରିଥିବା ବ୍ୟକ୍ତିଙ୍କର ୪ ଟି ସନ୍ତାନ ଥିଲେ ମଧ୍ୟ,ତାଙ୍କର ପାର୍ଥି ପତ୍ର କୁ ନାକଚ ନକରି ବଡ ରକମ ହାତେଇ କାଏମ ରଖିଥିଲେ। ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଏକ ହାଇୱା ଟ୍ରକ ଆଇନ୍ ମୁତାବକ ନୁତନ ନିର୍ମାଣଧିନ ରାସ୍ତାର ଅନୁପଯୁକ୍ତ ମାଟି ଗୋଡି ବୋଝେଇ କରି ନେଇ ଯାଉଥିଲେ ମଧ୍ୟ,ଉକ୍ତ ଗାଡିକୁ ଓଭରଲୋଡ ଦର୍ଶାଇ ଗତ ତା ୨୩/୦୨/୨୩ ରିଖ ଠାରୁ ଗାଡିକୁ ଜବତ କରି ଥାନାରେ ଅଟକ ରଖିଛନ୍ତି। ବ୍ରିଟିଶ ଶାସନ ଅନୁରୂପ ବାଧ୍ୟ ବାଧକତାରେ ଗତ ତା ୨୪/୦୨/୨୩ ରିଖରେ ହାଇୱା ଗାଡି ମାଲିକ କାନମୁଣ୍ଡା ଆଉଁସି ଅନିଚ୍ଛା ସତ୍ତ୍ବେ ଧାର ଉଦ୍ଧାର କରି ପରିବହନ ବିଭାଗର ଭୁବନେଶ୍ବର ଆର ଟି ଓ – ୨ ରେ ଟ ୩୬୫୦୦/- ଙ୍କା ଚାଲାଣ ଫାଇନ୍ ଭରିଥିଲ।ମନ ଦୁଃଖରେ ପରିବହନ ବିଭାଗର ଚାଲାଣ ଦେଖାଇ ଗାଡିଟିକୁ ମୁକୁଳାଇବାକୁ ଯାଇ ହତୋତ୍ସାୟିତ ହୋଇ ପଡିଥିଲେ,ତହସିଲଦାର ଭୁବନେଶ୍ବର ପ୍ରଦୀପ ସାହୁ ଏବଂ ଅତିରିକ୍ତ ତହସିଲଦାର ପ୍ରଜ୍ଞା ପରମିତା ଥାଟୋଇ ପୁନଶ୍ଚ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ଦାବି କରିଥିଲେ। ଜଣେ ସାମ୍ବାଦିକ ତହସିଲଦାର ଉକ୍ତ ଘଟଣା ବିଷୟରେ ପଚାରିବାରୁ,ଗତ ତା ୨୮/୦୨/୨୩ ରିଖ ଅପରାହ୍ନରେ ଗାଡି ମାଲିକଙ୍କୁ ୧୫ ହଜାର ଟଙ୍କା ଭରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗାଡିର ମାଲିକ ପରଦିନ ୧୫ ହଜାର ଟଙ୍କା ଜମା କରିବାକୁ ଯାଇଥିଲେ ମଧ୍ୟ ତାଙ୍କୁ ଅତିରିକ୍ତ ତହସିଲଦାର ପ୍ରଜ୍ଞା ପରମିତା (ଆଉ ଏପରି ଭୁଲ୍ କରିବି ନାହିଁ, ଯଦି କରେ ୨ ଲକ୍ଷ ଟଙ୍କା ଜୋରିମାନା ଭରିବ ବୋଲି ) ଗୋଟିଏ ସାଧା କାଗଜରେ ଲେଖିକି ଦେବା ପାଇଁ କହିଲେ। ଗାଡି ମାଲିକ ନିଜର ଭୁଲ୍ ନଥାଇ ମଧ୍ୟ ଭୁଲ୍ ସ୍ୱୀକାର କରିଲା ଭଳିଆ ଦରଖାସ୍ତ ଲେଖିକରି ଦେବାରୁ, ଅତିରିକ୍ତ ତହସିଲଦାର ପ୍ରଜ୍ଞା ପରମିତା କ୍ରୋଧିତ ହୋଇ ଯାଛାତା ଗାଳି ମନ୍ଦ କରିବା ସହିତ ୧ ଲକ୍ଷ ଟଙ୍କା ଜୋରିମାନା ଭରିବାକୁ କହିଲେ ଏବଂ ମୋର କ’ଣ କରିବାର ଅଛି କର ? ମୁଁ କିଛି ଶୁଣିବି ନାହିଁ। ଗାଡିଟିକୁ ଖତ କରିଦେବି !!! ବିଚରା ଗାଡି ମାଲିକର କୋଭିଡ୍ ସମୟରେ ୨ ବର୍ଷର କ୍ଷତି ଭରଣା ହୋଇନଥିଲେ ମଧ୍ୟ, ଜନସାଧାରଣଙ୍କୁ ନ୍ୟାୟ ଦେବାକୁ ନିଯୁକ୍ତି ପାଇଥିବା ଓ ଏ ଏସ୍ ଅଧିକାରୀ ମାନଙ୍କ ଅମାନବୀୟ ବ୍ୟବହାର କଟା କ୍ଷତରେ ଚୁନ ମାରିବା ଭଳିଆ ଅନୁଭବ କଲେ।ଅନ୍ୟାୟରେ ଗାଡିଟିକୁ ଦୀର୍ଘ ୯ ଦିନ କାଳ ଭୁବନେଶ୍ବର ଇନଫୋସିଟି ଥାନାରେ ଜବତ୍ ହୋଇ ରହିଥିବାରୁ ଗାଡି ମାଲିକ ନିଜକୁ ନିଜେ ଘୋର ଅପମାନିତ ମନେକରୁଛନ୍ତି। ଗାଡିର ମାଲିକ ବାରମ୍ବାର ଭୁବନେଶ୍ବର ତହସିଲଦାର ପ୍ରଦୀପ କୁମାର ସାହୁଙ୍କୁ ଭେଟି ଗୁହାରୀ କରିଥିଲେ ମଧ୍ୟ, ଅନୈତିକ ଉଦ୍ଦେଶ୍ୟ ରଖି କୌଣସି ଗୁହାରୀକୁ କର୍ଣ୍ଣପାତ କରୁନାହାନ୍ତି । ଗାଡିର ମାଲିକ ହତୋତ୍ସାୟିତ ହୋଇ ମାନ୍ୟବର ଉଚ୍ଚତମ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ଯଦି ଜନସାଧାରଣ ଛୋଟ ମୋଟ ଘଟଣାର ସମାଧାନ ତଳ ସ୍ତରରୁ ନ୍ୟାୟ ନପାଇ କୋର୍ଟ କଚେରୀର ଦ୍ୱାରସ୍ଥ ହେବେ,ତେବେ ସରକାରୀ ଅଫିସର ମାନଙ୍କୁ କେଉଁ ପ୍ରକାରର ଦଣ୍ଡ ପ୍ରଦାନ କରାଗଲେ ସେମାନଙ୍କ ଏକଛତ୍ର ଶାସନର ଅବସାନ ଘଟିବ ତାହା ଏବେ ମୋ ସରକାରରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026