Home ଓଡ଼ିଶା ହରିଶଙ୍କର ସୌନ୍ଦର୍ଯ୍ୟକରଣ ନାଁ ରେ ଦୋକାନ ବଜାର ଉଚ୍ଛେଦ ନୋଟିସ କୁ ବିରୋଧ କରି ହରିଶଙ୍କର ବିକାଶ ମଞ୍ଚ ଓ ବଣିକ ସଂଘ ର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ନିଷ୍ପତ୍ତି by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ରାଜ୍ୟ ସଭା ସାଂସଦ ଙ୍କ ପ୍ରତିଶୃତି ପରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ସ୍ଥଗିତ । ପାଟଣାଗଡ଼ :- ପଶ୍ଚିମ ଓଡ଼ିଶା ତଥା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ର ସୌନ୍ଦର୍ଯ୍ୟ କରଣ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ହରିଶଙ୍କର ରାସ୍ତା ଉଭୟ ପାର୍ଶ୍ଵରେ ରେ ଦୀର୍ଘ ବର୍ଷ ରୁ ରହିଆସୁଥିବା ଦୋକାନୀ ମାନଙ୍କୁ ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟ ତରଫରୁ ଉଚ୍ଛେଦ ନୋଟିସ ଦିଆଯାଇଛି । ଏହାକୁ ବିରୋଧ କରି ୮୦ ଜଣ ଦୋକାନୀ ପରିବାର ହରିଶଙ୍କର ବିକାଶ ମଞ୍ଚ ଓ ବଣିକ ସଂଘ ର ଦ୍ଵାରସ୍ଥ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ ମଞ୍ଚର କର୍ମକର୍ତ୍ତା ଙ୍କ ସହ ଉଠା ଦୋକାନୀମାନଙ୍କ ତରଫରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଜି ୫ ଟା ରେ ଘେରାଉ କରିବାର ଥିଲା । ଉପଜିଲ୍ଲାପାଳ ଙ୍କ ଅଫିସ ଘେରାଉ ପୂର୍ବରୁ ଉଭୟ ମଞ୍ଚର କର୍ମକର୍ତ୍ତା ଙ୍କ ସହ ଦୋକାନୀ ପରିବାର ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଙ୍କ ବାସଭବନ କୁ ଯାଇଥିଲେ । ସାଂସଦ ଙ୍କ ବାସଭବନ ସମ୍ମୁଖରେ ବସିପଡ଼ି ସଂପୃକ୍ତ ଘଟଣା ଉପରେ ତାଂକୁ ଅବଗତ କରାଇଥିଲେ । ଦୀର୍ଘ ବର୍ଷ ରୁ ରହି ଆସୁଥିବା ଏହି ଦୋକାନୀ ପରିବାର ଙ୍କ ଅନୁରୋଧ କ୍ରମେ ସାଂସଦ ଶ୍ରୀ ବିଶି ପାଟଣାଗଡ଼ ଉପଜିଲ୍ଲାପାଳ ଓ ବଲାଙ୍ଗୀର ଜିଲ୍ଲାପାଳ ଙ୍କୁ ଫୋନ୍ ଯୋଗେ ଅବଗତ କରାଇଥିଲେ । ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠି ସଂପୃକ୍ତ ବିଷୟ ଉପରେ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିବି ବୋଲି ଶ୍ରୀ ବିଶି ଙ୍କୁ କହିଥିଲେ । ସାଂସଦ ଶ୍ରୀବିଶି ଉପଜିଲ୍ଲାପାଳ ଙ୍କ ସହ ଆଲୋଚନା ପରେ ଜିଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲାପାଳ ଙ୍କ ସହ ବାର୍ତ୍ତାଳାପ ପରେ ତାଙ୍କ ନେତୃତ୍ବରେ ଏକ ଟିମ୍ ଜିଲ୍ଲାପାଳଙ୍କୁ ଆସନ୍ତା କାଲି ସାକ୍ଷାତ କରି ସମାଧାନ ଉପରେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ପରେ ଉଭୟ ମଞ୍ଚ ସମେତ ଦୋକାନୀ ମାନେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ନ କରି ଓହରି ଯାଇଥିଲେ । ତେବେ ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ହରିଶଙ୍କର ବିକାଶ ମଞ୍ଚ ଓ ବଣିକ ସଂଘ ରାଜ ରାସ୍ତାକୁ ଓହ୍ଲାଇବାକୁ ମଞ୍ଚର ସଭାପତି ଡଙ୍ଗର କୁମ୍ଭାର ଚେତାବନୀ ଦେଇଛନ୍ତି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର : ବଡ଼ସାହିରେ ଚାଞ୍ଚଲ୍ୟ, ଘଟଣାର ତଦନ୍ତ ଆରମ୍ଭ by Proprietor Abhimanyu Maharana September 18, 2026 ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ by Proprietor Abhimanyu Maharana September 18, 2026 London hosts”Yoga : An Appeal For Peace “Programme" by Proprietor Abhimanyu Maharana September 18, 2026 ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ଆୟୋଜନ by Proprietor Abhimanyu Maharana September 18, 2026 ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ଗଣେଶ ପୂଜା ଆୟୋଜନ by Proprietor Abhimanyu Maharana September 18, 2026 ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ by Proprietor Abhimanyu Maharana September 18, 2026