Home ଅପରାଧ ଗଛ ରୁ ଝୁଲନ୍ତା ବିବାହାତା ମହିଳା ଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୦୨ ମାର୍ଚ୍ଚ, ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲଜୁରୀ ଗାଁ ନିକଟରେ ଥିବା ବାଙ୍କୋଡୋ ଜଙ୍ଗଲ ଭିତରେ ଥିବା ଏକ ଗଛରେ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ପୁଲିସ ପରିବାର ବର୍ଗଙ୍କ ଉପସ୍ଥିତି ରେ ଉଦ୍ଧାର କରିଛି । ମୃତ ମହିଳା ଜଣଙ୍କ ହେଲେ ସେହି ଗାଁ ର ସନ୍ତୋଷ ମଲ୍ଲିକ ଙ୍କ ସ୍ତ୍ରୀ ଭାରତୀ ମଲ୍ଲିକ । ଭାରତୀ ଙ୍କୁ ତଣ୍ଟି ଚିପି ହତ୍ୟା ପରେ ଯୋଜନା ବଦ୍ଧ ଭାବରେ ଗଛରେ ଝୁଲାଇ ଦିଆଯାଇଥିବା ତାଙ୍କ ବଡ଼ ଭାଇ ଗଣ୍ଡରାମ ବର୍ଗର୍ତ୍ତି ଅଭିଯୋଗ ଆଣିଛନ୍ତି । ଅପରପକ୍ଷରେ ମୃତ ମହିଳା ଙ୍କ ସ୍ବାମୀ ତାଙ୍କ ସ୍ତ୍ରୀ ଙ୍କ ମୁଣ୍ଡ ଦୋଷ ଥିଲା ସେଥିପାଇଁ ସେ ଔଷଧ ମଧ୍ୟ ଖାଉଥିଲେ । ନିଖୋଜ ର ଏକ ଦିନ ପରେ ଲରମ୍ଭା ଥାନା ରେ ଲିଖିତ ଅଭିଯୋଗ କରିଥିଲି ବୋଲି ପ୍ରକାଶ କରିଛନ୍ତି । ମୃତ ମହିଳା ଙ୍କ ବଡ଼ ଭାଇ ଙ୍କ ଅଭିଯୋଗ ମୁତାବକ ଏହି କିଛି ମାସ ହେଲା ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଅନବରତ ଝଗଡ଼ା ଲାଗି ରହୁଥିଲା । ଭଉଣୀ ଙ୍କୁ ତା ଶାଶୁ ଘରୁ ୧୫ ଦିନ ପୂର୍ବରୁ ଆଣିଥିଲି । ତାର ସ୍ବାମୀ ଓ ପରିବାର ବର୍ଗ ସହ ବନ୍ଧୁ ବାନ୍ଧବ ଙ୍କ ଉପସ୍ଥିତି ରେ ଭଉଣୀ ଙ୍କୁ ସେମାନେ ୭ ଦିନ ପୂର୍ବରୁ ତାଙ୍କ ଘରକୁ ନେଇକି ଯାଇଥିଲେ । ଭଉଣୀ ଶାଶୁ ଘର କୁ ଯିବାର ୨ ଦିନ ପରେ ସେ ଘରୁ କୁଆଡେ ପଲାଇଯାଇଥିବା ନେଇ କି ତା’ର ସ୍ଵାମୀ ମତେ ଫୋନ୍ ଯୋଗେ ଜଣାଇଥିଲେ । ନିଖୋଜ ର ୫ ଦିନ ପରେ ଆଜି ଭଉଣୀ ର ପଚା ମୃତ ଦେହ ଗଛ ରେ ଝୁଲୁଥିବା ସହ ଗୋଡ଼ ଦୁଇଟି ମାଟି ରେ ଲାଗିଯାଇଥିବା ପାଇଥିଲି । ଗ୍ରାମବାସୀଙ୍କ ଠାରୁ ଜାଣିବାକୁ ପାଇଥିଲେ । ଅପରପକ୍ଷରେ ମୃତ ମହିଳା ଙ୍କ ସ୍ବାମୀ ଙ୍କ କହିବା ମୁତାବକ ଶନିବାର ବଜାର ରୁ ଫେରିବା ପରେ ଭାରତୀ ଘରେ ଭାତ ରାନ୍ଧି ନ ଥିବାରୁ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ପରେ ଭାରତୀ ନିକଟସ୍ଥ ନଲକୁପ ରୁ ଏକ ବାଲଟି ପାଣି ନେଇ ବାଙ୍କୋଡୋ ଜଙ୍ଗଲ ପଟକୁ ଚାଲିଯାଇଥିଲେ । ଖୋଜାଖୋଜି ପରେ ନମିଳିବାରୁ ରବିବାର ଦିନ ଲରମ୍ଭା ଥାନା ଅଭିଯୋଗ କରିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ଧିରେନ ପାତ୍ର ଙ୍କ ଉପସ୍ଥିତିରେ ପୁଲିସ ସାଇଣ୍ଟିଫିକ ଟିମ୍ ର ସହାୟତା ନେଇ ମୃତ ଦେହ ଜବତ କରିଛି । ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି । Categories: ଅପରାଧ, ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର : ବଡ଼ସାହିରେ ଚାଞ୍ଚଲ୍ୟ, ଘଟଣାର ତଦନ୍ତ ଆରମ୍ଭ by Proprietor Abhimanyu Maharana September 18, 2026 ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ by Proprietor Abhimanyu Maharana September 18, 2026 London hosts”Yoga : An Appeal For Peace “Programme" by Proprietor Abhimanyu Maharana September 18, 2026 ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ଆୟୋଜନ by Proprietor Abhimanyu Maharana September 18, 2026 ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ଗଣେଶ ପୂଜା ଆୟୋଜନ by Proprietor Abhimanyu Maharana September 18, 2026 ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ by Proprietor Abhimanyu Maharana September 18, 2026