ପାଟଣାଗଡ଼ ଏନ୍ଏସି ତରଫରୁ ଗୋଷ୍ଠୀ ସହଭାଗିତା ଙ୍କୁ ସାଇକେଲ ବିତରଣ

୦୨ ମାର୍ଚ୍ଚ, ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ଏନ୍ଏସି ଅନ୍ତର୍ଗତ ଗଡ଼ ଭିତରେ ପଡ଼ିଆ ପାଖରେ ଥିବା ପାଟଣେଶ୍ଵରୀ ଉତ୍ସବ ଭବନ ଠାରେ ଏନ୍ ଏସି ପକ୍ଷରୁ ଗୋଷ୍ଠୀ ସହଭାଗିତା ମାନଙ୍କୁ ସ୍ଵେଛ ଭାରତ ମିଶନ ତରଫରୁ ସାଇକେଲ ବଣ୍ଟନ କରାଯାଇଥିଲା । ଏନ୍ ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରହରି ମହନ୍ତ ଙ୍କ ତତ୍ତ୍ୱାବଧାନରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଙ୍କ ଉପସ୍ଥିତି ରେ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ମଳ ପରିଚାଳନା କେନ୍ଦ୍ର ରେ କାର୍ଯ୍ୟରତ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ,ଆହାର ସାଥୀ , ଏମସିସି ,ଏମ ଏସ ଏଫ୍ ରେ କାର୍ଯ୍ୟରତ ମହିଳା କର୍ମଚାରୀ , ଜଳସାଥି, ଆହାର ସାର୍ଥି ,ସ୍ଵେଛସାଥି ଓ ସୁପରଭାଇଜର ଭାବେ କାର୍ଯ୍ୟରତ ଏହି ପରି ୨୨ ଜଣ ମହିଳା କର୍ମଚାରୀ ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ ଉତ୍ସବରେ ଏନ୍ ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଲ , ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେର ଉପସ୍ଥିତ ଥିବା ବେଳେ ସମସ୍ତ କାଉନସିଲର ଙ୍କ ସମେତ ଏନ୍ ଏସି କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।

Exit mobile version