ରାୟଗଡ଼ା ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ

୦୨ ମାର୍ଚ୍ଚ, ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ା :- ରାୟଗଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ରାୟଗଡ଼ା କପିଳାସ ହଟେଇ ଛକ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରାୟଗଡ଼ା ବିଧାୟକ ପ୍ରାର୍ଥୀ ଶ୍ରୀ ବସନ୍ତ ଉଲ୍ଲାକା , ପୂର୍ବତନ ପୌର ପରିଷଦ ପ୍ରାର୍ଥୀ ତଥା ବରିଷ୍ଠ ଆଇନଜୀବି ଶ୍ରୀ ପଦ୍ମନାଭ ଦାସ, ନଗର ସଭାପତି ଶ୍ରୀମତୀ ମଞ୍ଜୁଳା ମିଣିଆକା , ଉପସଭାପତି ଝରଣା ପାଣି , ଶିବା ଭାସ୍କର , ଅଜୟ ଚୁଲେଟ , ଜିଲ୍ଲା ଯୁବ ମୋର୍ଚ୍ଚା ର ଉପସଭାପତି ତାନଭି ଅଗ୍ରୱାଲା , ନଗର ଯୁବ ମୋର୍ଚ୍ଚା ସଭାପତି ରାଜେଶ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଜୟ ରାମ ବର୍ମା , ଯୁବ ମୋର୍ଚ୍ଚା ର ଅନ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ନଗର ର ମୋର୍ଚ୍ଚା ସଭାପତି ଏବଂ ଅନ୍ୟ ପଦାଧିକାରୀ ଓ ଅନେକ ଭାଜପା କର୍ମୀ ଉପସ୍ଥିତ ଥିଲେ। ସୂଚନା ଥାଉ କି ଗତ ଦିନରେ ଓଡ଼ିଆ ରାଜ୍ୟରେ ଘଟିଥିବା ଗୁଳି କାଣ୍ଡ ଯାହା ସମସ୍ତ ରାଜ୍ୟ ବାସି ଙ୍କୁ ଚକିତ କରିଥିଲା , ଜଣେ ରାଜ୍ୟ ସରକାର ଙ୍କ ପୋଲିସ ବିଭାଗ ର କନଷ୍ଟେବଳ ସର୍ବ ସମ୍ମୁଖରେ ଦିବା ଆଲୋକରେ ରାଜ୍ୟର ଜଣେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ତଥା ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ଶ୍ରୀ ନବ କିଶୋର ଦାସ ଙ୍କୁ ଗୁଳି କରି ହତ୍ୟା କରିଥିଲେ ଏବଂ ହତ୍ୟା ପଛର ସତ୍ୟତା ଆଜି ପର୍ଯ୍ୟନ୍ତ ସାମ୍ନା କୁ ଆସିଲା ନାହିଁ ।ଏହାକୁ ବିରୋଧ କରି ବିରୋଧୀ ଦଳର ନେତା ଶ୍ରୀ ଜୟ ନାରାୟଣ ମିଶ୍ର ଲଗାତାର ନିଜ ପ୍ରଶ୍ନ ବାଣରେ ସରକାର ଙ୍କୁ ଘେରିଥିଲେ ସୁଧା ମାନ୍ୟବର ଗୃହ ମନ୍ତ୍ରୀ ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାସଭାରେ ଅନୁପସ୍ଥିତ ରହିବା ଏବଂ କୌଣସି ଉତ୍ତର ନ ରଖିବା ସରକାରି ଦଳର ଏକ ପ୍ରକାର ପ୍ରାୟୋଜିତ ହତ୍ୟା ବୋଲି କହିଥିଲେ। ଗତ କାଲି ରାଜ୍ୟ ବିଜେପି ର ସଭାପତି ଶ୍ରୀ ସମିର ମହାନ୍ତି ଙ୍କ ନିର୍ଦ୍ଧେଶ କ୍ରମେ ରାଜ୍ୟ ଯୁବ ମୋର୍ଚ୍ଚା ର ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ଙ୍କ ନେତୃତ୍ୱରେ ସାରା ଓଡ଼ିଶା ର ହଜାର ହଜାର ଯୁବକ ଯୁବତୀ ମାନେ ଓଡ଼ିଶା ବିଧାନ ସଭା ଘେରାଉ କରିଥିଲେ।

ଗୃହ ମନ୍ତ୍ରୀ ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଲିସ ପ୍ରଶାସନ ଯେଉଁ ଭଳି ଅମାନବୀୟ ଓ ଅତ୍ୟାଚାର କରିବା ସହିତ ଯୁବକ ଯୁବତୀ ମାନଙ୍କ ସହିତ ମାର ପିଟ କରି ଲହୁ ଲୁହାଣ କରିଥିଲେ ଓ ସେମାନଙ୍କୁ ଥାନାକୁ ନେଇ ଅଟକ ରଖିବା ସହିତ ପରବର୍ତ୍ତୀ ସମୟରେ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ଦଫା ଲଗାଇ ଗିରଫ କରିଥଲେ ତାହା ନିନ୍ଦନୀୟ । ରାଜ୍ୟ ଯୁବ ମୋର୍ଚ୍ଚା ର ଏବଂ ବିଜେପି ର କାର୍ଯ୍ୟକର୍ତ୍ତା ମାନେ ଥାନା କୁ ଯାଇ ପୋଲିସ ପ୍ରଶାସନ ର ଏଭଳି କାର୍ଯ୍ୟ କୁ ନିନ୍ଦା କରି ଏତଲା ଦେଲେ ମଧ୍ଯ ଥାନାରେ କୌଣସି ଏତଲା ଗ୍ରହଣ କରାଯାଇ ନଥିଲା, ଏହାର ପ୍ରତିବାଦ ରେ ରାଜ୍ୟ ସଭାପତି ଙ୍କ ଆଦେଶ କ୍ରମେ ରାଜ୍ୟ ର ସମସ୍ତ ଜିଲ୍ଲା ରେ ବିକ୍ଷୋଭ କରଯାଇଥିଲା ଏବଂ ଆଗାମୀ ଦିନରେ ସରକାର ନ ଚେତିଲେ କିମ୍ବା ସରକାରଙ୍କ ଦ୍ଵାରା ଠିକ୍ ନ୍ୟାୟ ନ ମିଳିଲେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ରାଜ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

Exit mobile version