
୦୨ ମାର୍ଚ୍ଚ, ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ଅଧିନରେ ଥିବା ସାନଜିରୀ ଗ୍ରାମ ରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି।ସୂଚନା ଅନୁଯାୟୀ ସଟ ସର୍କିଟ ଯୋଗୁଁ ଗ୍ରାମ ର ତୁଳା ଜାନୀ ଙ୍କ ଗୋଟିଏ ବଖରା ଏବଂ ବାଳକୃଷ୍ଣ ଜାନୀ ଙ୍କ ୩ ବଖରା ଗୃହ ସହ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି।ଖବର ପାଇ ନୂଆଗାଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ।ଘଟଣା ସ୍ଥଳରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ଜାକେଡା ସରପଞ୍ଚ ଙ୍କ ପ୍ରତିନିଧି ବୁଲୁ ମଳିକ,ସମିତି ସଭ୍ୟା ଙ୍କ ପ୍ରତିନିଧି ହରେକୃଷ୍ଣ ମଳିକ,ପଞ୍ଚାୟତ ଛାତ୍ର ବିଜେଡ଼ି ସଭାପତି ଦିଲ୍ଲୀପ କୁମାର ଜାନୀ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଦୁଇ ପରିବାରକୁ ପଚାରି ବୁଝିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ,ଅତିରିକ୍ତ ତହସିଲଦାର ଏବଂ ରାଜସ୍ବ ନିରୀକ୍ଷକ ମଞ୍ଜିତ୍ ବଟସର୍ମା ପରିବାର ଲୋକଙ୍କ ପାଖକୁ ଯାଇ ଘଟଣା ସମ୍ପର୍କରେ ବୁଝିବା ସହ ଦୁଇ ପରିବାରକୁ ଜରି ପାଲ ଏବଂ ଔଷଧୀୟ ସାମଗ୍ରୀ ପ୍ରଦାନ କରିଥିଲେ।

